www.samajalive.in
Saturday, December 13, 2025
23.1 C
Bhubaneswar

ରଣଜୀ ଟ୍ରଫି : ବିଜୟ ଆଡ଼କୁ ଅଗ୍ରସର ଓଡ଼ିଶା

କଟକ : ଚଳିତ ରଣଜୀ ସିଜିନ୍‍ରେ କ୍ରମାଗତ ୨ୟ ବିଜୟ ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା ଦଳ। ଗତ ମ୍ୟାଚ୍‍ରେ ପୂର୍ବାଞ୍ଚଳ ଦଳ ଆସାମକୁ ପରାସ୍ତ କରିଥିବା ଓଡ଼ିଶା ଅନ୍ୟ ପୂର୍ବାଞ୍ଚଳ ଦଳ ତ୍ରିପୁରା ବିପକ୍ଷରେ ବିଜୟୀହେବା ସ୍ଥିତିରେ ପହଞ୍ଚି ପାରିଛି। ଟାଙ୍ଗୀର ଡ୍ରିମ୍‍ସ ଗ୍ରାଉଣ୍ଡରେ ଚାଲିଥିବା ଗ୍ରୁପ୍‍ ‘ସି’ର ମ୍ୟାଚ୍‍ରେ ଓଡ଼ିଶା ଦଳ ମଜ୍‍ଭୁତ ସ୍ଥିତିରେ ପହଞ୍ଚି ପାରିଛି। ଗୁରୁବାର ମ୍ୟାଚ୍‍ର ୨ୟ ଦିନ ଶେଷରେ ତ୍ରିପୁରା ମାତ୍ର ୪୦ ରନ୍‍ ଆଗରେ ଥିବା ବେଳେ ହାତରେ ଶେଷ ୫ଟି ୨ୟ ଇନିଂସ ୱିକେଟ ବାକିଅଛି। ଏପରି ସ୍ଥିତିରୁ ବିଜୟୀହେବା ସ୍ଥିତିକୁ ଫେରିବାକୁ ହେଲେ ତ୍ରିପୁରାକୁ ଆଉ ୨ ଶହ ରନ୍‍ ସ୍କୋର୍‍ କରିବାକୁ ପଡ଼ିବ। ଘାସଥିବା ଡ୍ରିମ୍‍ସ ଗ୍ରାଉଣ୍ଡ ପିଚ୍‍ରେ ଏହା କଷ୍ଟକର ମନେହେଉଛି। କାରଣ ପିଚ୍‍ରେ ପେସ୍‍ ବୋଲରଙ୍କ ପ୍ରାଧାନ୍ୟ ବଜାୟ ରହିଛି। ପ୍ରଥମଦିନରେ ୧୩ଟି ୱିକେଟ ପଡ଼ିଥିବା ବେଳେ ୨ୟ ଦିନରେ ୧୨ଟି ୱିକେଟ ପଡ଼ିଛି।
ବୁଧବାର ପ୍ରଥମ ଦିନରେ ତ୍ରିପୁରା ପ୍ରଥମ ଇନିଂସରେ ୧୨୨ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ପରେ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ୮୯ ରନ୍‍ର ଇନିଂସ ବଳରେ ଗୁରୁବାର ୨ୟ ଦିନରେ ଓଡ଼ିଶା ପ୍ରଥମ ଇନିଂସରେ ୨୧୨ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପ୍ରଥମ ଇନିଂସରେ ୯୦ ରନ୍‍ ପଛରେ ରହିଥିବା ତ୍ରିପୁରା ୨ୟ ଦିନର ଖେଳ ଶେଷସୁଦ୍ଧା ୫ ୱିକେଟ ହରାଇ ୧୩୦ ରନ୍‍ କରିପାରିଛି। ଏପରି ସ୍ଥିତିରୁ ମ୍ୟାଚ୍‍ ବଞ୍ଚାଇବା ତ୍ରିପୁରା ଲାଗି କଷ୍ଟକର ହୋଇପାରେ।
ତ୍ରିପୁରାର ୧୨୨ ରନ୍‍ ଜବାବରେ ପ୍ରଥମଦିନ ଶେଷରେ ଓଡ଼ିଶା ୩ ୱିକେଟ ହରାଇ ୧୦୧ ରନ୍‍ କରିଥିଲା। ୨ୟ ଦିନରେ ପ୍ରଥମେ ଆଉଟ ହୋଇଥିଲେ ଶୁଭ୍ରାଂଶୁ ସେନାପତି। ବିପ୍ଳବଙ୍କ ସହ ୪ର୍ଥ ୱିକେଟ ପାଇଁ ସେନାପତି ୪୫ ରନ୍‍ ଯୋଡ଼ିଥିଲେ। ଶୁଭ୍ରାଂଶୁ ୮୩ ବଲ୍‍ରୁ ୬ଟି ଚୌକା ସହ ୪୧ ରନ୍‍ କରିଥିଲେ। ପରେ ଅଧିନାୟକ ବିପ୍ଳବ ଏକା ଇନିଂସ ସମ୍ଭାଳିଥିଲେ। ଜୀବନର ପ୍ରଥମ ରଣଜୀ ମ୍ୟାଚ୍‍ ଖେଳୁଥିବା ଅଭିଷେକ ରାଉତ ୧ ରନ୍‍ କରି ପାରିଥିଲେ। ରାଜେଶ ମହାନ୍ତି ୯, ସୁଜିତ ଲେଙ୍କା ୪ ଓ ଦେବବ୍ରତ ପ୍ରଧାନ ୭ ରନ୍‍ କରିଥିଲେ। ୫୯ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ବିପ୍ଳବ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୯ମ ୱିକେଟ ପାଇଁ ୪୭ ରନ୍‍ ଯୋଡ଼ିଥିଲେ। ସୂର୍ଯ୍ୟକାନ୍ତ ୧୭ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‍ କରିଥିଲେ। ଅନ୍ତିମ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହୋଇଥିବା ବିପ୍ଳବ ୧୩ଟି ଚୌକା ସହ ୮୯ ରନ୍‍ କରିଥିଲେ। ଚଳିତ ସିଜିନ୍‍ରେ ଗୋଟିଏ ଶତକ ହାସଲ କରିଥିବା ବିପ୍ଳବଙ୍କର ଏହା ୩ୟ ଅର୍ଦ୍ଧଶତକ। ତ୍ରିପୁରାର ମଣିଶଙ୍କର ମୁରାସିଂହ ଓ ଅଭିଜିତ ସରକାର ୩ଟି ଲେଖାଏଁ ଏବଂ ଅଜୟ ସରକାର ୨ଟି ୱିକେଟ ନେଇଥିଲେ।
ତ୍ରିପୁରା ୨ୟ ଇନିଂସ ଆରମ୍ଭକରି ୨ୟ ଓଭରରେ ଉଦୀୟନ ବୋଷ (୦)ଙ୍କ ୱିକେଟ ହରାଇଥିଲା। ତେବେ ଅଧିନାୟକ ବିଶାଳ ଘୋଷ ଓ ନିନାଦ୍‍ କଦମ ସ୍କୋର୍‍କୁ ୪୪ ରନ୍‍ରେ ପହଞ୍ଚାଇବା ପରେ କଦମ ୧୧ ରନ୍‍କରି ଆଉଟ ହୋଇଥିଲେ। ୩ୟ ୱିକେଟ ପାଇଁ ବିଶାଳ ଓ ସ୍ମିତ୍‍ ପଟେଲ ୪୨ ରନ୍‍ ଯୋଡ଼ିଥିଲେ। ଜୁନିୟର ଭାରତୀୟ ଦଳ ପାଇଁ ଖେଳିଥିବା ସ୍ମିତ୍‍ ପଟେଲ ୬ଟି ଚୌକା ସହ ୨୯ ରନ୍‍ କରିଥିଲେ। ପରେ ରାଜେଶ ବଣିକ ୩ ରନ୍‍କରି ଆଉଟ ହୋଇଥିଲେ। ବିଶାଳ ଘୋଷ ୮୮ ବଲ୍‍ରୁ ୮ଟି ଚୌକା ସହ ୪୮ ରନ୍‍କରି ଆଉଟ ହୋଇଥିଲେ। ଷ୍ଟମ୍ପ୍‍ ଅପସାରଣ ବେଳକୁ ପ୍ରତ୍ୟୁଷ ସିଂହ ୧୮ ଓ ରାଣା ଦତ୍ତ ୧୦ ରନ୍‍କରି କ୍ରିଜ୍‍ରେ ଅଛନ୍ତି। ରାଜେଶ ମହାନ୍ତି ୩ଟି ଏବଂ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories