www.samajalive.in
Saturday, December 13, 2025
23.1 C
Bhubaneswar

ଶୀତରେ ଥରୁଛି କେନ୍ଦୁଝର

କେନ୍ଦୁଝର : ସମଗ୍ର କେନ୍ଦୁଝର ଜିଲାରେ ସପ୍ତାହେବ୍ୟାପୀ ପ୍ରବଳ ଶୀତର ଲହରୀ ଜାରି ରହିବା କାରଣରୁ ସାଧାରଣ ଜନଜୀବନ ବେଶ୍‍ ପ୍ରଭାବିତ ହୋଇଛି। ନଭେମ୍ବର ୨୬ ତାରିଖ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ଥିବାବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇ ୨୮ ତାରିଖ ୧୩ଡିଗ୍ରୀ ଓ ୨୯ତାରିଖ ୧୩.୫ଡିଗ୍ରୀ ରେକର୍ଡ କରାଯାଇଥିବା କେନ୍ଦୁଝର ପାଣିପାଗ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ। ତେବେ ଜିଲାର କାଞ୍ଜିପାଣି, କିରିବୁରୁ, ଯୋଡା ଓ ବଡବିଲ ଭଳି ପାହାଡିଆ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇ ସର୍ବନିମ୍ନ ୯ ରୁ ୧୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଛି। ବିଶେଷକରି ଜିଲାର କାଞ୍ଜିପାଣି ଓ କିରିବୁରୁ ଅଞ୍ଚଳରେ ଗତ କିଛିଦିନ ଧରି ପ୍ରବଳ ଶୀତ ଲହରୀ ଯୋଗୁଁ ତାପମାତ୍ରା ହ୍ରାସ ପାଇ ରାତିବେଳା କାକର ବରଫରେ ପରିଣତ ହେଉଥିବା ବେଳେ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କମ୍ବଳ ବଣ୍ଟନ ପାଇଁ ଦାବି ହେଉଛି। ସେହିପରି ଜିଲାରେ ସର୍ବାଧିକ ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଲୋକମାନେ ଦିନବେଳା ମଧ୍ୟ ଶୀତବସ୍ତ୍ର ପରିଧାନ କରିବାକୁ ବାଧ୍ୟ ହେଉଛନ୍ତି। ଅତି ଆବଶ୍ୟକ ନହେଲେ ସନ୍ଧ୍ୟା ୫ଟା ପରେ ଘରୁ ପଦାକୁ କେହି ବାହାରୁ ନଥିବାବେଳେ ଶୀତ ଦାଉରୁ ରକ୍ଷା ପାଇଁ ଲୋକେ ନିଆଁଜାଳି ଉଷୁମର ମଜା ନେଉଛନ୍ତି। ଜିଲାରେ ଗତ କିଛି ବର୍ଷ ଧରି ଖଣିଖନନ ଓ ଶିଳ୍ପାନୁଷ୍ଠାନ ବୃଦ୍ଧି ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଦେଖାଦେବା ସହ ଶୀତଋତୁରେ ମଧ୍ୟ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ବେଳେ ଚଳିତବର୍ଷ ଶୀତଋତୁ ଆରମ୍ଭରୁ ହାଡଭଙ୍ଗା ଶୀତ ଯୋଗୁଁ ଗାଁ ଗହଳି ଓ ପାହାଡିଆ ଅଞ୍ଚଳରେ ଲୋକମାନେ ରାତିତମାମ ନିଆଁଜାଳି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories