www.samajalive.in
Monday, December 15, 2025
17.1 C
Bhubaneswar

ମହିଳା କଲେଜରେ ବାର୍ଷିକ କ୍ରୀଡୋତ୍ସବ ଉଦ୍‌‌ଘାଟିତ

ଆଠଗଡ : ଆଠଗଡର ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା ଉତ୍ସବ କଲେଜ ପରିସରରେ ଗୁରୁବାର ଉଦ୍‌‌ଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଡେପ୍ୟୁଟି କଲେକ୍ଟର ମଧୁସ୍ମିତା ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହି ତିନି ଦିନିଆ କ୍ରୀଡା ଉତ୍ସବକୁ ଉଦ୍‌‌ଘାଟନ କରିଥିଲେ । ଏଥିରେ ଉଦ୍‌‌ବୋଧନ ଦେଇ ଶ୍ରୀମତୀ ବିଶି ଛାତ୍ରାବସ୍ଥାରେ ନିୟମିତ ଖେଳକୁଦ, ଯୋଗ, ବ୍ୟାୟାମ ଓ ପ୍ରାଣାୟମ ଦ୍ୱାରା ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଆଜିକାଲି ପିଲାମାନେ ଖୋଲା ଆକାଶ ତଳେ ଖେଳକୁଦ ନକରି ମୋବାଇଲ ଫୋନରେ ଖେଳକୁ ଅଧିକ ମହତ୍ତ୍ୱ ଦେଉଛନ୍ତି, ଯାହାକି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ପ୍ରତିବନ୍ଧକ ସାଜିଛି ବୋଲି ମତପ୍ରକାଶ କରିଥିଲେ। ମୋବାଇଲରେ ଖେଳ ଅପେକ୍ଷା ପଡିଆରେ ଖୋଲା ଆକାଶ ତଳେ ହେଉ ଅବା ଘର ଭିତରେ ଆଭ୍ୟନ୍ତର ଶାରୀରିକ ଖେଳକୁଦ କରିବା ଲାଗି ଶ୍ରୀମତୀ ବିଶି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହାତ୍ମାଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲ କ୍ରୀଡା ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡାର ବିଭିନ୍ନ ପ୍ରତିଯୋଗିତାରେ ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବରିଷ୍ଠ ଅଧ୍ୟାପିକା ବବିତା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories