www.samajalive.in
Monday, December 15, 2025
14.1 C
Bhubaneswar

ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଆଠଗଡ : ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ପ୍ରେସ ଦିବସ ସଭାପତି ଅର୍ଦ୍ଧେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ସଂପାଦକ ବିଭୂତି ଭୂଷଣ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସନାତନ ରାୟ, ସର୍ବେଶ୍ୱର ପଣ୍ଡା, ମନୋରଞ୍ଜନ ମହାପାତ୍ର, ବିରୁପାକ୍ଷ ପ୍ରଧାନ, ଅଶୋକ କୁମାର ପ୍ରଧାନ ପ୍ରମୁଖ ରାଜ୍ୟ ସରକାର ସାମ୍ବାଦିକଙ୍କ ମୌଳିକ ସମସ୍ୟା, ସୁରକ୍ଷା ଓ କଲ୍ୟାଣ ପାଇଁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସାମ୍ବାଦିକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଥିଲେ । ସେହିପରି ଆଠଗଡରେ ସାମ୍ବାଦିକଙ୍କ ବସିବା ଓ କାର୍ଯ୍ୟ କରିବା ପାଇଁ ଗୋଟିଏ ଘର ଯୋଗାଇ ଦେବା ପାଇଁ ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉପସ୍ଥିତ ସାମ୍ବାଦିକମାନେ ଉଦ୍‌‌ବେଗ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମନୋରଞ୍ଜନ ମହାନ୍ତି, ବିଷ୍ଣୁପ୍ରସାଦ ଦାସ, ନୃସିଂହ ରାଉତ, ମହେଶ୍ୱର ବେହେରା, ସଂଜୟ କୁମାର ମହାନ୍ତି, ଅଶୋକ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଜି ଦିନର ମହତ୍ତ୍ୱ ଏବଂ ସାମ୍ବାଦିକଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ୫-ଟି ସଚିବ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ, କୃଷି ମନ୍ତ୍ରୀ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ସାମ୍ବାଦିକଙ୍କର ମୌଳିକ ସମସ୍ୟା ସଂପର୍କରେ ଏବଂ ଏକ ପ୍ରେସ ଗୃହ ଯୋଗାଇ ଦେବା ପାଇଁ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶେଷରେ ସାମ୍ବାଦିକ ସନ୍ତୋଷ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories