www.samajalive.in
Monday, December 15, 2025
27.1 C
Bhubaneswar

କଷ୍ଟିକ ସୋଡା ପଡି ଶ୍ରମିକ ଗୁରୁତର ଘଟଣା – ଦିବ୍ୟାଙ୍ଗ ହୋଇଯାଇଥିବା ସମ୍ବିତ ଏବେ ସହାୟତା ଅପେକ୍ଷାରେ

ରେଙ୍ଗାଲିକ୍ୟାମ୍ପ- ଥଣ୍ଡା ପାନୀୟ ତଥା ଗ୍ଲୁକୋଜ ପାନୀୟ ତିଆରି ହେଉଥିବା ଜିଓ ଫାଷ୍ଟ କଞ୍ଜୁମର୍ ପ୍ରାଇଭେଟ୍ ଲିମିଟେଡରେ କଷ୍ଟିକ ସୋଡା ପଡି ସମ୍ୱିତ ଦନ୍ତା ନାମକ ଶ୍ରମିକ ଗୁରୁତ ହେବା ଘଟଣା , ଏବେ ଚିକିତ୍ସା ପରେ ଶ୍ରମିକ ଜଣଙ୍କ ବିକଳାଙ୍ଗ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ସେ କଷ୍ଟିକ୍‌ ସୋଡାକୁ ମେସିନ୍‌ରେ ଢାଳୁଥିବା ବେଳେ ଏହା ଛିଟିକି ପଡିବାରୁ ତାଙ୍କ ଶରୀର ଅଧିକାଂଶ ସ୍ଥାନରୁ ଚମଡା ଉତୁରି ଯାଇଥିଲା । ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଅନ୍ୟ ଶ୍ରମିକମାନେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ଚିକିତ୍ସା ହୋଇ ସେ ସୁସ୍ଥ ହୋଇଥିଲେ ମଧ୍ୟ ପରିବାର ଲୋକ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଅବସ୍ଥାରେ ସୁଧାର ଆସିଥିବା ବେଳେ ସେ ଦିବ୍ୟାଙ୍ଗ ହୋଇଯାଇଥିବା ପରିବାର ଲୋକ କହିଛନ୍ତି ।

ଏବେ ପରିବାର ଲୋକ ତାଙ୍କୁ ଘରେ ରଖି ଚିକିତ୍ସା କରୁଛନ୍ତି । ମାତ୍ର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କର ସଠିକ୍‌ ଭାବେ ଚିକିତ୍ସା କରାଯାଇ ପାରୁନାହିଁ । କମ୍ପାନୀ ପକ୍ଷରୁ କିଛିଟା ଆର୍ଥିକ ସହାୟତା ଦିଆଯାଇଥିଲେ ମଧ୍ୟ ଏହା ଚିକିତ୍ସା ଖର୍ଚ୍ଚ ଠାରୁ ବହୁତ କମ୍‌ ବୋଲି ଗୁରୁତର ସମ୍ବିତ ବାପା ହୃଷିକେଶ କହିଛନ୍ତି ।

- Advertisement -

ପୁଅର ଏହି ଦୁର୍ଘଟଣା କୁ ନେଇ ସମ୍ବିତ ଙ୍କ ବାପା ହୃଷୀକେଶ ଦନ୍ତା ଋଷୁଡା ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ । ସେତେବେଳେ ସମ୍ବିତ କୁ ବଞ୍ଚିଥିବା ପର୍ଯ୍ୟନ୍ତ ମାସକୁ ମାସ ଦରମା, ସମସ୍ତ ଚିକିତ୍ସା ଖର୍ଚ୍ଚ,ଯାତାୟାତ ଖର୍ଚ୍ଚ, ଇ ପି ଏଫ୍ ଟଙ୍କା ଆଦି ସମସ୍ତ ପ୍ରକାର ସରକାରୀ ବେସରକାରୀ ସହାୟତା ପ୍ରଦାନ କରିବା ପାଇଁ କାରଖାନା ମାଲିକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୀର୍ଘ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ମାଲିକ ସେ ସବୁ ପ୍ରତିଶ୍ରୁତି ପୁରଣ କରି ନଥିବା ଅଭିଯୋଗ ହୋଇଛି ।

ଗତ ୧୩/୧୧ ରେ ପୁଣି ଠାରେ ଋଷୁଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଆର୍ଥିକ ଅନାଟନ ମଧ୍ୟରେ ଥିବା ପରିବାରକୁ କାରଖାନା ମାଲିକ କି ପୁଲିସ , କାହାଠାରୁ ବି ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି । ଏବେ ପୁଅର ଚିକିତ୍ସା ପାଇଁ ଚିନ୍ତାରେ ପରିବାର ଲୋକ ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories