www.samajalive.in
Monday, December 15, 2025
27.1 C
Bhubaneswar

ଦୀପାବଳି : ଏହି ଦିଗ ପ୍ରତି ଧ୍ୟାନ ଦେଲେ ମିଳିବ ମା’ଲକ୍ଷ୍ମୀଙ୍କ କୃପା

ପ୍ରତ୍ୟେକ ବର୍ଷ କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଚଳିତ ବର୍ଷ ୧୨ ନଭେମ୍ବରରେ ଦୀପାବଳି। ଏହା ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ। ଏହି ଦିନ ଘରକୁ ସଜାଇବା ସହ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶ ଓ କୁବେରଙ୍କ ପୂଜାର୍ଚ୍ଚନା କରାଯାଏ। ମା’ଲକ୍ଷ୍ମୀ ଧନର ଦେବୀ। ମା’ଙ୍କ କୃପାରୁ ଜୀବନରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କୁ ନିଷ୍ଠାର ସହ ପୂଜା କରିବାର ବିଧି ରହିଛି। ମାତ୍ର କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ..
ଅଧିକାଂଶ ସମୟରେ ଦେଖାଯାଏ ପୂଜା କରିବା ସମୟରେ ଲୋକେ ତାଳି ବଜାଇ ଥାଆନ୍ତି। ଦୀପାବଳି ଦିନ ମା’ଙ୍କ ପୂଜା ସମୟରେ ତାଳି ବଜାନ୍ତୁ ନାହିଁ। ପୂଜା, ଆଳତୀ ସମୟରେ ଜୋରରେ ଶବ୍ଦ ମଧ୍ୟ କରନ୍ତୁ ନାହିଁ।
ଏହି ଦିନ ପରିବାର ସଦସ୍ୟ ପରସ୍ପର ମଧ୍ୟରେ କଳହ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କ ଅପମାନ ମଧ୍ୟ କରନ୍ତୁ ନାହିଁ।
ଦୀପାବଳି ଦିନ ଚିରା,ଫଟା ପୋଷାକ ପିନ୍ଧନ୍ତୁ ନାହିଁ। ପୂଜା ସମୟରେ କଳାରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ପୂଜା ପରେ ମଧ୍ୟ ପୂଜା କକ୍ଷରେ ଲାଇଟ୍‌‌ ଲଗାଇ ରଖନ୍ତୁ। ଦୀପରେ ପର୍ୟ୍ୟାପ୍ତ ମାତ୍ରାରେ ଘିଅ ଦିଅନ୍ତୁ।
ଘରେ କୌଣସି ପୁରୁଣା,ଅଦରକାରୀ ଜିନିଷ ରଖନ୍ତୁ ନାହିଁ। ଦୀପାବଳି ପୂର୍ବରୁ ଘରୁ ଅଦରକାରୀ ଜିନିଷ ହଟାଇ ଦିଅନ୍ତୁ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories