www.samajalive.in
Monday, December 15, 2025
27.1 C
Bhubaneswar

ସରୁନି ଦାଦନ ଦୁଃଖ; ବାହାର ରାଜ୍ୟରୁ ପୁଣି ଶବ ହୋଇ ଫେରିଲେ ଶ୍ରମିକ

ଫୁଲବାଣୀ: ରାଜ୍ୟରୁ ହଟୁନି ଦାଦନ ଦୁଃଖ। ରୋଜଗାର ଚିନ୍ତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଶ୍ରମିକ ଏବେ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ଦାଦନ ଖଟିବାକୁ ଯାଇ ଅନେକ ଶ୍ରମିକ ନିଜ ଭିଟାମାଟିକୁ ଶବ ହୋଇ ଫେରୁଛନ୍ତି। ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ବାଲକିଡାଡି ଗାଁର ଜଣେ ଶ୍ରମିକ ନିଜ ଭିଟାମାଟି ଛାଡି ଅନ୍ୟରଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ନିଜ ଭିଟାମାଟିକୁ ଫେରିଥିଲେ। ଏହି ଘଟଣା ପୂର୍ବରୁ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ପରିବାରର ଏକ ମାତ୍ର ପୁଅ ବାହାରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଥିଲେ। ତେବେ ଏହି ଘଟଣାକୁ ତିନିମାସ ନପୁରୁଣୁ ପୁଣି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ବାଇମାହା ଗାଁର ଜଣେ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ଏବେ ସାରା ଫିରିଙ୍ଗିଆରେ ଶୋକର ଛାୟା ଖେଳାଇଦେଇଛି। ମୃତ ଶ୍ରମିକ ଜଣଙ୍କ ବାଇମାହା ଗାଁର ସ୍ବର୍ଗତ କୁବେର କହଁରଙ୍କ ସାନ ପୁଅ ଲୋକନାଥ କହଁର ବୋଲି ଜଣାପଡିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ମୃତ ଲୋକନାଥ କହଁର ଗତ ମାସେ ପୂର୍ବରୁ ନିଜ ଅଞ୍ଚଳର କିଛି ସାଙ୍ଗମାନଙ୍କ ସହ ଚେନ୍ନଇ ଅମ୍ବାତୁର ଥାନା ଏଥିପିଟ ପ୍ରିୟା କଲୋନୀରେ ଥିବା ଆଇଡ଼ିଏଲ କଲର କୋଟ ନାମକ ଏକ ରଙ୍ଗ କମ୍ପାନୀକୁ କାମ କରିବାକୁ ଯାଇଥିଲେ। ଗତ ଗୁରୁବାର ସଂଧ୍ୟା ସମୟରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଶୁକ୍ରବାର ସକାଳୁ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଯୁବକ ଜଣଙ୍କ ଗତ ପଞ୍ଚାୟତ ନିର୍ବାଚନରେ ରତଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ଖବର ଗାଁରେ ପହଞ୍ଚିଲା ପରେ ପରିବାର ଲୋକେ ଘରର ଏକମାତ୍ର ଭେଣ୍ଡିଆ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ପରିବାର ସହ ସାରା ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ପରିବାର ଲୋକେ ଭେଣ୍ଡିଆ ପୁଅର ହଠାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଯୁବକଙ୍କ ମୃତଦେହକୁ ଅମ୍ବାତୁରରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ବାଇମହାକୁ ଆଣିଥିବା ପରିବାର ତରଫରୁ ସୂଚନା ମିଳିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories