www.samajalive.in
Monday, December 15, 2025
14.1 C
Bhubaneswar

ମହିଳାଙ୍କ ଠାରୁ ୮୩ ହଜାର ଟଙ୍କା ଲୁଟିଲେ ଦୁର୍ବୁତ୍ତ

ଚୌଦ୍ୱାର: ଦିନ ଦ୍ୱିପ୍ରହରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ ଦୁର୍ବୁତ୍ତମାନେ ନଗଦ ୮୩ ହଜାର ଟଙ୍କା ଲୁଟିନେଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଚଷାପଡ଼ା ଗ୍ରାମର ବାଟମଙ୍ଗଳା ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ତରଫରୁ ଥାନାରେ ଦିଆ ଯାଇଥିବା ଲିଖିତ ଅଭିଯୋଗରୁ ପ୍ରକାଶଯେ ଗୋଷ୍ଠୀର ସଭାପତି ଓ ଅନ୍ୟ ମହିଳା ସଦସ୍ୟମାନେ ଗୁରୁବାର ଦିନ କଳିଙ୍ଗ ଛକସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କରୁ ଗୋଷ୍ଠୀ ଋଣ ବାବଦକୁ ୭୫ ହଜାର ଟଙ୍କା ଉଠାଣ କରିଥିଲେ । ଟଙ୍କା ଉଠାଣ ପରେ ସଭାପତି ମୀନା ଗୋଚ୍ଛାୟତଙ୍କ ସମେତ ଅନ୍ୟ ଦୁଇଜଣ ମହିଳା ସଦସ୍ୟ ପରିବା କିଣିବାକୁ ନିକଟସ୍ଥ ଗାନ୍ଧିଛକ ପରିବା ମାର୍କେଟକୁ ଯାଉଥିବାବେଳେ ପରିବା ମାର୍କେଟ ପାଖରେ ଏକ ବାଇକରେ ହେଲମେଟ ପିନ୍ଧିଥିବା ଦୁଇଜଣ ଦୁର୍ବୁତ୍ତ ଆସି ଜୟନ୍ତୀ ସାହୁ ନାମ୍ନି ମହିଳା ସଦସ୍ୟଙ୍କୁ ଧକ୍କାମାରି ତଳେ ପକାଇ ଦେଇ ତାଙ୍କ ହାତରୁ ଟଙ୍କା ଥିବା ବ୍ୟାଗକୁ ଛଡ଼ାଇନେଇ ମଙ୍ଗୁଳି ଅଡ଼କୁ ପଳାଇ ଯାଇଥିଲେ ।ଉକ୍ତ ବ୍ୟାଗ୍ରେ ଋଣଟଙ୍କା ୭୫ ହଜାର ସହିତ ଜୟନ୍ତୀଙ୍କ ନିଜସ୍ୱ ୮ହଜାର ଟଙ୍କା, ଗୋଷ୍ଠୀ ବ୍ୟାଙ୍କ ପାସ୍ ବହି, ଅଧାରକାର୍ଡ଼ ଆଦି ଥିଲାବୋଲି ଅଭିଯୋଗପତ୍ରରେ ଦର୍ଶା ଯାଇଛି। ଅଭିଯୋଗ ପାଇଁ ଚୌଦ୍ୱାର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories