www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରିନେତ୍ର କଳାକୁଞ୍ଜର ଗୁରୁ ପୂଜନ ଉତ୍ସବ, ଚିତ୍ତାକର୍ଷକ ନୃତ୍ୟ ବିଚିତ୍ରା ପ୍ରଦର୍ଶନ

ଚୌଦ୍ୱାର: ଓଡ଼ିଶୀ ନୃତ୍ୟକଳା ଅନୁଷ୍ଠାନ ଚୌଦ୍ୱାରସ୍ଥିତ ତ୍ରିନେତ୍ର କଳାକୁଞ୍ଜ ଆନୁକୁଲ୍ୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ମୁଖ୍ୟ ଓଡ଼ିଶୀ ଗୁରୁ ରମାକାନ୍ତ ସାହୁଙ୍କ ପରିଚାଳନାରେ ଚୌଦ୍ୱାର ପୌରପାଳିକା ୧୨ ନମ୍ବର ୱାର୍ଡ଼ସ୍ଥିତ ଚନ୍ଦନେଶ୍ୱର ମନ୍ଦିର ପ୍ରଙ୍ଗଣରେ ଆୟୋଜିତ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଗୁରୁ ଡ. ଗଜେନ୍ଦ୍ର ନାଥ ପଣ୍ଡା, ଗୁରୁ ମୁକ୍ତିଲତା ଦାସ, ସମାଜସେବୀ ବିଜୟଲକ୍ଷ୍ମୀ ମହାପାତ୍ର, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମୌଳିକ ସଂସ୍କୃତି ଓଡ଼ିଶୀ ନୃତ୍ୟର ପ୍ରସାର ପ୍ରସାର ଓ ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖିବା ଦିଗରେ ତ୍ରିନେତ୍ର କଳାକୁଞ୍ଜର ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଗୁରୁପୂଜନ, ଗୁରୁ ସମ୍ବର୍ଦ୍ଧନା ଓ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର କଳାକାର ମାନଙ୍କଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ବିଚିତ୍ରା ପ୍ରଦର୍ଶନ କରାଯାଇଥିଲା। ରାଜ କିଶୋର ନାୟକ, ମାନସ ଖୁଣ୍ଟିଆ,ଦିବାକର ବେହେରା, ଅଶ୍ୱିନୀ ଜେନା ପ୍ରମୁଖ କାର୍ଯ୍ୟକ୍ରରେ ସହଯୋଗ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories