www.samajalive.in
Monday, December 15, 2025
14.1 C
Bhubaneswar

ବିଶ୍ବକପ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୫ ୱିକେଟରେ ନ୍ୟୁଜିଲାଣ୍ଡ ବିଜୟୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ୪୧ତମ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଶ୍ରୀଲଙ୍କା ଦେଇଥିବା ୧୭୧ ରନର ବିଜୟ ଲକ୍ଷ୍ୟକୁ ୨୩.୨ ଓଭର ୫ ୱିକେଟ ବିନିମୟରେ ଅତି ସହଜରେ ଅତିକ୍ରମ ସହ ୧୭୨ ରସ ସ୍କୋର କରି ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଡେୱନ କନୱେ ୪୫ରନ, ରାଚିନ ରବୀନ୍ଦ୍ର ୪୨ ରନ ଓ ଡାରିଲ ମିଚେଲ ୪୩ରନ ସ୍କୋର ସହ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଜିର ବିଜୟ ସହ ନ୍ୟୁଜିଲାଣ୍ଡ ୧୦ ପଏଣ୍ଟ ପାଇଛି ଏବଂ ସେମିଫାଇନାଲ ଖେଳିବା ଆଶା ଉଜ୍ଜଳ ହୋଇଛି । ନ୍ୟୁଜିଲାଣ୍ଡର ୩ ୱିକେଟ ନେଇଥିବା ଟ୍ରେଣ୍ଟ ବୋଲ୍ଟଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି।

ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କାର ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱି କେଟ ପତନ ହୋଇଥିଲା। ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଶ୍ରୀଲଙ୍କା ୪୬.୪ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା। ପ୍ରଥୁମ ନିଶଙ୍କା ୨ ରନ, କୁଶଲ ପରେରା, ୫୧ରନ, ତିକସନା ୩୯ ରନ, ମଧୁଶଙ୍କା ୧୯ ରନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories