bjd gruha runa banner

ବିଧାନସଭା ସମ୍ମୁଖରେ ଧାରଣା ଦେବେ ‘ପ୍ରଥା’ ଚଳଚ୍ଚିତ୍ରର ପ୍ରଯୋଜିକା ସନଲିସା

BSKY banner  750×100

ଡେସ୍କ: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା। ଏ ନେଇ ସେ କହିଛନ୍ତି, ଆସନ୍ତା ୨୩ ତାରିଖରୁ ନ୍ୟାୟ ପାଇଁ ସେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ। ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ କ୍ଷତି ସହିଥିବା କହିଛନ୍ତି।


ସୂଚନାଯୋଗ୍ୟ, ଚଳିତ ମାସ ୪ରେ ‘ପ୍ରଥା’ ଚଳଚ୍ଚିତ୍ରର ପ୍ରିମିୟର ସୋରେ ଏହାକୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବିରୋଧ କରାଯାଇଥିଲା। ଝାରସୁଗୁଡାର ଶିବା ମଲ୍ଟିପ୍ଲେକ୍ସରେ ଏହାର ପ୍ରିମିୟର ସୋକୁ ବିରୋଧ କରି ପୋଷ୍ଟର ଚିରିଦେବା ସହ ପୁଣି ହଲ ଗୁଡିକରେ ମନୋଜ ମିଶ୍ରଙ୍କ ‘ମାଇଣ୍ଡ ଗେମ’ ନ ଚଳାଇଲେ କୌଣସି ଓଡ଼ିଆ ସିନେମା ଚଳାଇବାକୁ ଦିଆଯିବ ନାହିଁ ବୋଲି କୋଶଳ ସେନା କହିଥିଲା।

Comments are closed.