www.samajalive.in
Sunday, December 14, 2025
19.1 C
Bhubaneswar

ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ

ଭୁବନେଶ୍ୱର: ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ପକ୍ଷରୁ ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବୁଟକ୍ୟାମ୍ପ ଆୟୋଜିତ ହୋଇଯାଇଛି। ଯେଉଁଥିରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଷ୍ଟାର୍ଟଅପ ଇକୋସିଷ୍ଟମ ବିଷୟରେ ଦୃଷ୍ଟିକୋଣ ହାସଲ କରିବା ସହିତ ଶିଳ୍ପ ବିଶେଷଜ୍ଞମାନଙ୍କ ସମ୍ମୁଖରେ ନିଜର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣରେ ରାଜ୍ୟରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ମହିଳା ମାନେ କେନ୍ଦ୍ରରେ ରହିଛନ୍ତି । ସେ ଅତିକମରେ ୩୩% ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପର ଲକ୍ଷ ରଖିଥିଲେ, କିନ୍ତୁ ଧ୍ୟାନକେନ୍ଦ୍ରିତ ପ୍ରୟାସ ସହିତ ବର୍ତମାନ ଆମ ପାଖରେ ୪୧% ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ରହିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡା. ଓମକାର ରାଏ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଡା. ଓମକାର ରାଏ କହିଛନ୍ତି ଯେ, “ଏହି କାର୍ୟ୍ୟକ୍ରମରେ ଆମେ ଛାତ୍ର ଛାତ୍ରୀମାନଙ୍କ ଠାରୁ ଅତ୍ୟନ୍ତ ଉତ୍ସାହଜନ ସମର୍ଥନ ପାଇଛୁ । ମୋର ଦୃଢ଼ ବିଶ୍ୱାସ ଯେ ଏଗୁଡ଼ିକ ମଧ୍ୟରୁ ଅନେକ ଚିନ୍ତାଧାରା ସଫଳ ଷ୍ଟାର୍ଟଅପ ରୂପେ ବିକଶିତ ହେବେ ।” ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସମେତ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ବିଭିନ୍ନ ସ୍କୁଲ ଏବଂ କଲେଜ ଗୁଡ଼ିକରେ ଅନେକ ଭ୍ୟାନ କ୍ୟାମ୍ପ ଏବଂ ବୁଟକ୍ୟାମ୍ପ ଆୟୋଜିତ ହେଉଥିବା ବେଳେ ଶେଷ ସୁଦ୍ଧା ୫୦୦୦ ନୂଆ ଚିନ୍ତାଧାରା ସୃଷ୍ଟି କରିବା ଲାଗି ଆମେ ଆଶାବାଦି ବୋଲି ଡା. ରାଏ କହିଛନ୍ତି । ସେହିପରି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି, “ରାଜ୍ୟରେ ଷ୍ଟାର୍ଟଅପ ଓ ନବସୃଜନ ଇକୋସିଷ୍ଟମକୁ ଆକାର ଦେବାରେ ଷ୍ଟାର୍ଟଅପ ଓଡ଼ିଶା ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମୁଁ ନିଶ୍ଚିତ ଯେ, ଆମ ରମାଦେବୀ ବିଶ୍ୱ ବିଦ୍ୟାଳୟର କିଛି ଛାତ୍ରୀ ସେମାନଙ୍କର ବିଚାରଧାରାର ସ୍ୱପ୍ନକୁ ସାକାର କରିପାରିବେ।


ଏହି ଯାତ୍ରା ମାଧ୍ୟମରେ ଆମେ ଝିଅମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବାର ସବୁଠାରୁ ଉପଯୁକ୍ତ ଉପାୟକୁ ଦେଖିପାରିବୁ। ପ୍ରତ୍ୟେକ ଝିଅ ଆତ୍ମନିର୍ଭରଶୀଳ ହୋଇ ପାରିବେ ଏବଂ ସେହିଦିନ ମଧ୍ୟ ପାଖେଇ ଆସୁଛି ଯେତେବେଳେ ଆମ ଦେଶ ଆତ୍ମ-ନିର୍ଭରଶୀଳ ଲକ୍ଷ୍ୟକୁ ହାସଲ କରିବ। ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସରେ ଛାତ୍ରୀମାନଙ୍କର ଅଂଶଗ୍ରହଣ ଉଦ୍ଭାବନ ଏବଂ ଉଦ୍ୟମୀତା କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ସେମାନଙ୍କର ସକ୍ରିୟ ଅଂଶଗ୍ରହଣ କେବଳ ସେମାନଙ୍କୁ ସଶକ୍ତ କରିବ ନାହିଁ ବରଂ ଷ୍ଟାର୍ଟଅପ ଇକୋସିଷ୍ଟମର ସାମଗ୍ରିକ ବିବିଧତା ଏବଂ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ମଧ୍ୟ ଯୋଗଦାନ କରିବ । ଯାହାକି ରାଜ୍ୟରେ ଏକ ଅଧିକ ଜୀବନ୍ତ ଏବଂ ଗତିଶୀଳ ଉଦ୍ୟୋଗୀ ପରିଦୃଶ୍ୟକୁ ଦୃଢ଼ୀଭୁତ କରିବ।
ଏହି ଅଭିଯାନ ନିଜର ଚୂଡାନ୍ତ ପର୍ୟ୍ୟାୟ ଆଡକୁ ଅଗ୍ରସର ହେଉଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଏକାଧିକ ବୁଟ୍‌କ୍ୟାମ୍ପର ଆୟୋଜନ କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି ଯାହା ଅଭିନବ ବିଚାରଧାରା ସୃଷ୍ଟି କରିବା କ୍ଷେତ୍ରରେ ନୂଆ ରେକର୍ଡ ସ୍ଥାପନ କରିବ । ଏହି ଅଭିଯାନ ଛାତ୍ର ସମୁଦାୟକୁ ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମିଲ କରି ଏବଂ ସେମାନଙ୍କର ଔଦ୍ୟୋଗିକ ଉତ୍ସାହକୁ ପ୍ରତିପୋଷଣ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସେପ୍ଟେମ୍ବର ୧୧ ତାରିଖ ୨୦୨୩ରେ ଶୁଭାରମ୍ଭ ହୋଇଥିବା ଏହି ଯାତ୍ରାକୁ ଦୁଇମାସ ସମ୍ପୂର୍ଣ୍ଣ ହେବାକୁ ବସିଥିବାବେଳେ ଏହା ରାଜ୍ୟବ୍ୟାପୀ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡିକରେ ପହଂଚି ନୂଆ ନୂଆ ବିଚାରଧାରା ସଂଗ୍ରହ କରିଛି ।
ଏହି ସମୟ ମଧ୍ୟରେ ଭ୍ୟାନ୍ କ୍ୟାମ୍ପେନ୍ ଓ ବୁଟକ୍ୟାମ୍ପଗୁଡିକ ସଫଳତାର ସହ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କଲେଜ ଓ ୫୦ରୁ ଅଧିକ ସ୍କୁଲ ସମେତ ୨୫୪ଟି ଶିକ୍ଷାନୁଷ୍ଠାନ ଗସ୍ତ କରିଛି ଯେଉଁଥିରେ ୩୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୭୦୦ରୁ ଅଧିକ ନୂଆ ଚିନ୍ତାଧାରା ସୃଷ୍ଟି ହୋଇଛି । ଏହି ଅଭିଯାନ ନିଜର ଶେଷ ପର୍ୟ୍ୟାୟରେ ପହଂଚିଥିବାରୁ, ଆମେ ଛାତ୍ରଛାତ୍ରୀଙ୍କଠାରୁ ଆହୁରି ଅଧିକ ଅଭିନବ ବିଚାରଧାରା ଗ୍ରହଣ କରିବା ପାଇଁ ଆଶା ରଖିଛୁ ।
ଏହି ଯାତ୍ରାର ୩୭ତମ ଦିବସରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ ହେବା ବ୍ୟତୀତ ଓୟୁଟିଆର, ଭୁବନେଶ୍ୱର, ଆଇଟିଆଇ ବ୍ରହ୍ମପୁର ଓ ଗଭର୍ଣ୍ଣମେଂଟ ଅପଗ୍ରେଡେଡ୍ ହାଇସ୍କୁଲ୍‌, ଏମ୍‌ଭି୧୫, ମାଲ୍‌କାନଗିରିରେ ଆଉ ୩ଟି ବୁଟକ୍ୟାମ୍ପର ଆୟୋଜନ କରାଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହଜନକ ଚିନ୍ତାଧାରା ଉପସ୍ଥାପନ ସେମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ଆଗ୍ରହକୁ ସୂଚିତ କରୁଛି । ଷ୍ଟାର୍ଟଅପ ଓଡିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୃଣମୂଳ ସ୍ତରର ନବସୃଜନ ଭାବନା ବିକଶିତ କରୁଛି ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ପ୍ରଫେସର ଚଣ୍ଡୀ ଚରଣ ରଥ, ସିପିିଜିସି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଦୂର୍ଗା ପ୍ରସାଦ ଗୌଡ, ସିଓଓ ଏଆଇସି-ଏନଆଇଟିଏଫ, ସୋନି ସାମଲ, ପ୍ରତିଷ୍ଠାତା ୭୨ ଡିପିଆଇ ସ୍କିଲ୍‌ସ ଏବଂ ରଶ୍ମିରଞ୍ଜନ ସାହୁ, ବରିଷ୍ଠ କର୍ମକର୍ତା ଷ୍ଟାର୍ଟଅପ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories