ଭିଜିଲାନ୍ସ ଜାଲରେ ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରା

ସାକ୍ଷୀଗୋପାଳ : ଭିଜିଲାନ୍ସ ଜାଲରେ ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରା । ପୁରୀର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରାଙ୍କ ଶ୍ରୀରାମ ଚନ୍ଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ନହଳା ସ୍ଥିତ ପୈତୃକ ବାସଭବନରେ ଆଜି ସକାଳୁ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ ଆରମ୍ଭ ହୋଇ ଅଛି। ସତ୍ୟବାଦୀ ଥାନା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ ଛକ ନିକଟରେ ଅବସ୍ଥିତ ଗୋପୀନାଥ ହସ୍ପିଟାଲ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ମଧ୍ୟ ଚଢାଉ କରାଯାଉଛି। ଗୋପୀନାଥ ହସ୍ପିଟାଲରେ ଭିଜିଲାନ୍ସ ବିଭାଗର ୧୩ ଜଣ ଓ ନହଳା ବାସଭବନରେ ୬ ଜଣ କର୍ମଚାରୀ ଯାଞ୍ଚ କରୁଥିବାର ଜଣା ପଡିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

kalyan agarbati

Comments are closed.