www.samajalive.in
Monday, December 15, 2025
17.1 C
Bhubaneswar

ରୂପଯାତ୍ରା ସରିବା ପରେ ବି ଯାତ୍ରା ପଡ଼ିଆରୁ କମୁନି ଭିଡ଼

ଚୌଦ୍ୱାର : ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ବୁଧବାର ଦିନ ଉଦଯାପିତ ହୋଇଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ଯାତ୍ରା ପଡ଼ିଆରେ ଲୋକଙ୍କ ଗହଳି କମିବାରେ ନାଁ ଧରୁନି । ବ୍ୟବସାୟୀ ମାନେ ଫେରିବା ପାଇଁ ନିଜ ନିଜର ପସରା ବନ୍ଧାବନ୍ଧି ଆରମ୍ଭ କରିଥିବା ବେଳେ ଜନ ଗହଳି ଦେଖି ଶେଷ ବେଳରେ ଆଉକିଛି ବ୍ୟବସାୟ କରିବାର ଲାଳସାକୁ ହାତଛଡ଼ା କରୁ ନାହାନ୍ତି । ଯାତ୍ରାରୁ ନାନାଦି ଘରକରଣା ସାମଗ୍ରୀ କିଣିବା ପାଇଁ ଲୋକମାନେ ଯାତ୍ରା ପଡ଼ିଆରେ ଗହଳି କରୁଛନ୍ତି । ବର୍ଷକ ପାଇଁ ଝାଡୁ, ପହଁରା, କୁଲା, ବାଉଁସିଆ ଆଦି ଘର କରଣା ଜିନିଷ କିଣିବା ପାଇଁ ମେଲଣ ପଡିଆରେ ଶୁକ୍ରବାର ଦିନସାରା ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ଦୂରଦୂରାନ୍ତରୁ ଆସିଥିବା ଚଟପଟି ଖାଦ୍ୟ ବ୍ୟବସାୟୀ ମାନେ ବ୍ୟବସାୟ ଆଶାରେ ପସରା ଖୋଲା ରଖିଛନ୍ତି। ଯାତ୍ରୀଙ୍କ ଆଗମନକୁ ଦେଖି ଗୁରୁବାର ସଂନ୍ଧ୍ୟାରେ ରୂପଯାତ୍ରା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥି ସହିତ ଯାତ୍ରାରେ ସହଯୋଗ କରିଥିବା ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟୁତ୍ ବିଭାଗ ତରଫରୁ ଶୁକ୍ରବାର ଦିନ ଯାତ୍ରା ପଡ଼ିଆରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଚୌଦ୍ୱାର ରୁପଯାତ୍ରା ପରେ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୁଜା ଯାତ୍ରାକୁ ଯିବାପାଇଁ ବଡ ବ୍ୟବସୟୀ ମାନେ ପ୍ରସ୍ତୁତ ହେଉଥିବା ଚକ୍ରିଦୋଳିର ମାଲିକ ସୁଦୁର ବିଶାଖାପାଟଣାରୁୁ ଆସିଥିବା କେ.ଶ୍ରୀନିବାସ କହିଛନ୍ତି । ଚଳିତବର୍ଷ ଭଲ କିଣାବିକା ହୋଇଥିବା ଟାଙ୍ଗୀ ଭଟିମୁଣ୍ଡାରୁ ଆସିଥିବା କଂସା, ପିତଳ ବାସନକୁସନ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଶିଳ, ଚକି, ଖଟ, ଜାଲ ଆଦି ବ୍ୟବସୟୀ ମାନେ ଯାତ୍ରା ସରିବାର ପ୍ରାୟ ଏକମାସ ପର୍ଯ୍ୟନ୍ତି ଚୌଦ୍ୱାରରେ ରହି ଭଲ ବ୍ୟବସାୟ କରି ନିଜ ଅଞ୍ଚଳକୁ ଫେରିବେ ବୋଲି ଜଣା ପଡ଼ିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories