www.samajalive.in
Monday, December 15, 2025
16.1 C
Bhubaneswar

ନବରଙ୍ଗପୁରକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନଜନକ ଓସିପିସିଆର ପୁରସ୍କାର

ନବରଙ୍ଗପୁର: ବାଲ୍ୟବିବାହ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ନବରଙ୍ଗପୁର ଜିଲା ପ୍ରଶାସନକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ସମ୍ମାନଜନକ ଓସିପିସିଆର ପୁରସ୍କାର ପ୍ରଦାନ କରଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ତ୍ରୟୋଦଶ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ନବରଙ୍ଗପୁର ଜିଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କ ନିର୍ଦେଶରେ ଜିଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶିନୀ ଓ ଆକ୍ସନଏଡର ଜିଲା ପରାମର୍ଶଦାତା ଫକୀର ଚରଣ ରାଉତ ମିଳିତ ଭାବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ଉମରକୋଟ ବ୍ଲକର ତୋହର। ଗ୍ରାମର କିଶୋରୀ ବାଳିକା ନିଜର ବାଲ୍ୟବିବାହକୁ ରୋକି ଜିଲା ପ୍ରଶାସନ ସହଯୋଗରେ ଦକ୍ଷତା ବିକାଶ ଶିକ୍ଷାରେ ଆତ୍ମନିର୍ଭରଶୀଳ ହୋଇ ଥିବାରୁ କିଶୋରୀ ଚମ୍ପିୟାନ ଭାବରେ ତାଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ଵାରା ମନ୍ତ୍ରୀ ବାସନ୍ତୀ ହେମ୍ମ୍ରମ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।

ପ୍ରକାଶ ଥାଉକି, କିଶୋର କିଶୋରୀମାନଙ୍କୁ ସଶକ୍ତ କରାଇବା ସହିତ ଆସନ୍ତା ୨୦୩୦ ମସିହା ସୁଦ୍ଧା ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରାଇବା ନିମନ୍ତେ ରାଜ୍ୟ ସରକାର ଏକ ଯୋଜନାବଦ୍ଧ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ଜନସଚେନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁରୂପ ଭାବରେ ନବରଙ୍ଗପୁର ଜିଲାରେ ଶିଶୁ ସୁରକ୍ଷା ୟୁନିଟି, ଜିଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଜିଲାପାଳ ଡଃ. ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲାରେ ପ୍ରତିତିନି ମାସରେ ଜିଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟିର ମିଳିତ ବୈଠକ କରାଯାଇ ବାଲ୍ୟବିବାହ ରୋକିବା ଓ କିଶୋର କିଶୋରୀମାନଙ୍କୁ ଦକ୍ଷତା ବିକାଶ ଶିକ୍ଷାରେ ଯୋଡିବାକୁ ଗୁରୁତ୍ଵ ପ୍ରଦାନ କରାଯାଉଛି। ଜିଲାରେ ଅନ୍ଵେଷା ଅଭିଯାନ ଜରିଆରେ ଜିଲାର ସମସ୍ତ ଜାତି ସମାଜ, ପଞ୍ଚୟାତରାଜ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ବାଲ୍ୟବିବାହକୁ ରୋକିବା ଦିଗରେ ଗ୍ରାମଗୁଡିକରେ ସଚେତନ କରାଯାଇ ଗତ ୨୦୨୦ ମସିହାଠାରୁ ଆଜି ପର୍ଯ୍ୟନ୍ତ ଜିଲାରେ ମୋଟ ୯୨୨ଟି ବାଲ୍ୟ ବିବାହକୁ ରୋକାଯିବା ସହିତ ୨୬୪ ଟି ରାଜସ୍ୱ ଓ ୬୧୭ଟି ପଡା ଗ୍ରାମକୁ ମିଶାଇ ମୋଟ ୮୮୧ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଛି। ଜିଲା ପ୍ରଶାସନକୁ ଏହି ସମ୍ମାନ ଜନକ ଓସିପିସିଆର ପୁରସ୍କାର ମିଳିବା ପରେ ବୁଦ୍ଧିଜୀବୀ ମହଲରେ ଜିଲାପାଳଙ୍କୁ ଭୂରିୟସି ପ୍ରଶଂସା କରାଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories