www.samajalive.in
Saturday, December 13, 2025
14.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ସିମାଞ୍ଚଳ ଭୋଳଙ୍କ ସଭାପତିତ୍ୱରେ ସୋମବାର ଦିନ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଏହି ସପ୍ତାହର ଆଭିମୁଖ୍ୟ ଓ ମହତ୍ତ୍ବ ବିଷୟରେ ଆଲୋଚନା ପୂର୍ବକ ବିଭିନ୍ନ ପ୍ରକାର ଦୁର୍ନୀତିଠାରୁ ଦୂରେଇ ରହିବାକୁ ପରlମାର୍ଶ ଦେଇଥିଲେ।

ସମସ୍ତଙ୍କୁ ଦୁର୍ନୀତି ନିବାରଣ ନିମନ୍ତେ ଶପଥ ପାଠ କରାଇଥିଲେ। ଏହି ସଭାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ତଥା ଷ୍ଟାଫ୍ କାଉନସିଲ୍ ସେକ୍ରେଟାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ରାଜନୀତି ବିଭାଗର ମୁଖ୍ୟ ତଥା ନାକ୍ କୋର୍ଡିନେଟର ଅମର ପ୍ରସାଦ ବିଷୋୟୀ, ଏକାଡେମୀକ୍ ବର୍ଷାର ରଜନୀକାନ୍ତ ପଟ୍ଟନାୟକ, ଇଂରାଜୀ ବିଭାଗର ମୁଖ୍ୟ ତଥା ଆଇକ୍ୟୁଏସଇ. ସଂଯୋଜିକା ସ୍ମରଣିକା ହୋତା, ଆଡେମିନଷ୍ଟ୍ରେଟିଭ ବର୍ଷାର ମମତା ପାଢ଼ୀ, ଆକାଉଣ୍ଟାଣ୍ଟ ବର୍ଷାର ଡ଼ଃ ଦୁର୍ଗା ପ୍ରସାଦ ଦାଶ ମଞ୍ଚାସିନ କରିଥିଲେ। ଏହି ବୈଠକରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷିକ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲ।

Hot this week

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

Related Articles

Popular Categories