www.samajalive.in
Monday, December 15, 2025
27.1 C
Bhubaneswar

ଭାରତ ଫେରିବେ ପାକିସ୍ତାନରେ ବିବାହ କରିଥିବା ଅଞ୍ଜୁ – ପତି ଏବଂ ପରିବାରକୁ ଛାଡି ପାକିସ୍ତାନ ପଳାଇଥିଲେ

ନୂଆଦିଲ୍ଲୀ – ରାଜସ୍ଥାନରେ ନିଜ ପତି ଏବଂ ପିଲାମାନଙ୍କୁ ଛାଡି ପାକିସ୍ତାନ ପଳାଇଥିଲ ଅଞ୍ଜୁ । ସେଠାରେ ଖାଇବର ପଖତୁନଖ୍ୱାରେ ନିଜ ଫେସବୁକ୍‌ ପୁରୁଷ ବନ୍ଧୁ ନସରୁଲାକୁ ବିବାହ କରିଥିଲେ । ଧର୍ମ ପରିବର୍ତ୍ତନ କରିବା ସହ ନିଜ ନାଁ ଫାତିମା ରଖିଥିଲେ । ସେଠାରେ ଦ୍ୱିତୀୟ ବିବାହ କରିବା ସମୟରେ ନିଜକୁ ବେଶ୍‌ ଖୁସୀ ଥିବା କଥା ଦର୍ଶାଇଥିଲେ ।ପାକିସ୍ତାନରେ ରହି ପାକିସ୍ତାନର ସ୍ୱାଧୀନତା ଦିବସକୁ ପାଳନ କରି ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ହେଲେ ଭାରତକୁ ଆସିବା ପାଇଁ ଅଞ୍ଜୁ ବ୍ୟଗ୍ର ହୋଇପଡିଥିଲେ ।

ଏବେ ଅଞ୍ଜୁ ଭାରତକୁ ଫେରିବେ ବୋଲି ସୂଚନା ମିଳିଛି । ପାକିସ୍ତାନ ସରକାରଙ୍କ ନିକଟରେ ସେ ଏ ନେଇ ଆବେଦନ କରିଛନ୍ତି । ଏହା ମଞ୍ଜୁର ହୋଇପାରେ ବୋଲି ସୂଚନା ମିଳିଛି । ଏହାପରେ ସେ ଓ୍ୱାଘା ସୀମା ଦେଇ ଭାରତ ଫେରିବେ । ପାକିସ୍ତାନାରେ ଏବେ ଅଞ୍ଜୁଙ୍କର ଅବସ୍ଥା ଖରାପ । ସେ ଖୁବ ଶୀଘ୍ର ଭାରତ ଫେରିବା ପାଇଁ ଚାହାନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଭାରତରେ ନିଜ ସନ୍ତାନମାନଙ୍କୁ ଭେଟିବା ପରେ ସେ ପାକିସ୍ତାନ ଫେରି ଆସିବେ ବୋଲି ତାଙ୍କର ପାକିସ୍ତାନ ପତି ନସରୁଲ୍ଲା କହିଛନ୍ତି ।

ଗତମାସରେ ନସରୁଲ୍ଲା , ଅଞ୍ଜୁ ମାନସିକ ଚାପରେ ରହିଥିବା କଥା କହିଥିଲେ । ଅଞ୍ଜୁ . ରାଜସ୍ଥାନରେ ଅରବିନ୍ଦ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ ତାଙ୍କର ୧୫ ବର୍ଷୀୟ ଝିଅ ଏବଂ ୬ ବର୍ଷର ପୁଅ ଅଛନ୍ତି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories