www.samajalive.in
Saturday, December 13, 2025
23.1 C
Bhubaneswar

୩୧ରେ ଶପଥ ଗ୍ରହଣ କରିବେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତ‌ା ୩୦ ତାରିଖ ସୋମବାର ସକାଳେ ଓଡ଼ିଶାରେ ପହଞ୍ଚିବେ। ୩୧ ତାରିଖରେ ସେ ଶପଥ ଗ୍ରହଣ କରିବେ। ରାଜଭବନର ଅଭିଷେକ ହଲ୍‌ରେ ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦାସ ଟ୍ରେନ୍‌ରେ ଆସି ପୁରୀରେ ସୋମବାର ସକାଳେ ପହଞ୍ଚିବେ। ସେଠାରୁ ପୁରୀ ରାଜଭବନକୁ ଯିବେ। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ପୁଣି ପୁରୀ ରାଜଭବନକୁ ଫେରି କିଛି ସମୟ ପରେ ଭୁବନେଶ୍ବର ବାହାରିବେ। ମଧ୍ୟାହ୍ନରେ ସେ ଭୁବନେଶ୍ବର ରାଜଭବନରେ ପହଞ୍ଚିବେ। ୩୧ ତାରିଖ ଦିନ ସକାଳ ୮ଟାରେ ନବନିଯୁକ୍ତ ରାଜ୍ୟପାଳ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ। ଦିନ ୧୧ଟା ୪୫ ମିନିଟ୍‌ରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଓଡ଼ିଶାର ରାଜ୍ୟପାଳ ଭାବେ ଶ୍ରୀ ଦାସ ନିଯୁକ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ରାଜ୍ୟପାଳ ଦାୟିତ୍ବରେ ଥିବା ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଓଡ଼ିଶା ଛାଡ଼ିଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories