www.samajalive.in
Saturday, December 13, 2025
23.1 C
Bhubaneswar

ଗଣକବିଙ୍କ ସାହିତ୍ୟ କାଳଜୟୀ

କୁଆଁପାଳ: ଗଣକବିଙ୍କ ସାହିତ୍ୟ କାଳଜୟୀ। ସେ ଥିଲେ ସାହିତ୍ୟର ଜଣେ କୃତବିଦ୍ୟ ଯୋଗଜନ୍ମା। ତାଙ୍କର ଭକ୍ତି ସଙ୍ଗୀତ ଐକାନ୍ତିକ ଭଗବତ ପ୍ରେମର ଜ୍ୱଳନ୍ତ ପ୍ରମାଣ ସୃଷ୍ଟି କରିଛି ବୋଲି ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ କବିଙ୍କ ଜନ୍ମପୀଠ କୋଠପଦା ରଘୁନାଥଜୀଉ ମଠ ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ତଥା ଅନୁଷ୍ଠାନର ୬୦ତମ ବାର୍ଷିକ ଉତ୍ସବରେ ରାଜ୍ୟ ମୁଖ୍ୟ ସୂଚନା କମିସନର ଜଳଦ କୁମାର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି।

ସଂସଦର ସଭାପତି ପ୍ରଫେସର ଡ. କାର୍ତ୍ତିକେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହକୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ, ମୁଖ୍ୟବକ୍ତା ଭାବରେ ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର ‘କିସ୍‌‌’ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟାନନ୍ଦ ସିଂ, ବରେଣ୍ୟ ଅତିଥି ଭାବରେ ସଂସଦର ଉପସଭାପତି ପ୍ରଫେସର କାର୍ତ୍ତିକ ଚନ୍ଦ୍ର ବରାଳ ଓ ସମ୍ମାନିତ ଅତିଥି ଭାବେ ‘ଆଗାମୀ ଶତାବ୍ଦୀ’ର ସମ୍ପାଦକ ମାସୁଦ ଅଲ୍ଲି, ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ଗଣକବି ସମ୍ମାନ ନାଟ୍ୟ ନିର୍ଦେଶକ ଡ. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଓ ଉଦ୍‌‌ଘାଟକ ଶ୍ରୀ ତ୍ରିପାଠୀଙ୍କୁ ବିରୂପା ସମ୍ମାନ ପ୍ରଦାନ କରାଯାଇଥିଲା। ଆଡ଼୍‌ଭୋକେଟ ଦୀପକ ମହାନ୍ତି ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପଣ୍ଡିତ ସାହିତ୍ୟିକ ପ୍ରଭାତ କୁମାର କର ଓ ସଂସଦର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥଲେ। ଗଣକବିଙ୍କ ପୌତ୍ର ଚନ୍ଦ୍ରଭାନୁ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଶ୍ରୀ ନନ୍ଦିବଟ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଗୀତିନାଟ୍ୟ ‘ସୁଶୀଳ ମାଳତୀ’ ପରିବେଷଣ କରାଯାଇଥିଲା। ପୂର୍ବାହ୍ଣରେ ସଂସଦ ପକ୍ଷରୁ କୋଠପଦା ମଠ ଓ ମଣିଯୋରୀସ୍ଥିତ ସହିଦ ଭବନଠାରେ ଥିବା ଗଣକବିଙ୍କ ପ୍ରତିମୂର୍ତ୍ତିରେ ସଂସଦର କର୍ମକର୍ତ୍ତା ମାଲ୍ୟାର୍ପଣ କରିଥିଲେ।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories