ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୩୦ ତାରିଖ ସୋମବାର ସକାଳେ ଓଡ଼ିଶାରେ ପହଞ୍ଚିବେ। ୩୧ ତାରିଖରେ ସେ ଶପଥ ଗ୍ରହଣ କରିବେ। ରାଜଭବନର ଅଭିଷେକ ହଲ୍ରେ ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦାସ ଟ୍ରେନ୍ରେ ଆସି ପୁରୀରେ ସୋମବାର ସକାଳେ ପହଞ୍ଚିବେ। ସେଠାରୁ ପୁରୀ ରାଜଭବନକୁ ଯିବେ। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ପୁଣି ପୁରୀ ରାଜଭବନକୁ ଫେରି କିଛି ସମୟ ପରେ ଭୁବନେଶ୍ବର ବାହାରିବେ। ମଧ୍ୟାହ୍ନରେ ସେ ଭୁବନେଶ୍ବର ରାଜଭବନରେ ପହଞ୍ଚିବେ। ୩୧ ତାରିଖ ଦିନ ସକାଳ ୮ଟାରେ ନବନିଯୁକ୍ତ ରାଜ୍ୟପାଳ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ। ଦିନ ୧୧ଟା ୪୫ ମିନିଟ୍ରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଓଡ଼ିଶାର ରାଜ୍ୟପାଳ ଭାବେ ଶ୍ରୀ ଦାସ ନିଯୁକ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ରାଜ୍ୟପାଳ ଦାୟିତ୍ବରେ ଥିବା ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଓଡ଼ିଶା ଛାଡ଼ିଥିଲେ।
Popular Categories



