www.samajalive.in
Monday, December 15, 2025
26.1 C
Bhubaneswar

ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘର ପ୍ରତିଷ୍ଠା ଦିବସ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭଵନ ଠାରେ ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ – ଆଇଏଫଡ଼ବ୍ଲୁଜେର ୭୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଜିଲ୍ଲା ସଂଘ ସଭାପତି ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ ଓ ଉପ ସଭାପତି କିଶୋର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ରାଜ୍ୟ ସୂଚନା କମିସନର ତଥା ଦୈନିକ ସମାଜର ପ୍ରାକ୍ତନ ନିର୍ବାହୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି କହିଲେ ଯେ, ଭଲ କାମ ଓ ବ୍ୟବହାର କଲେ ସବୁ ସ୍ତରରେ ସମ୍ମାନ ମିଳିବ। ପଦପଦବୀ ରହିବ, ହେଲେ ସାମାଜିକ ସମ୍ମାନ ଓ ସ୍ବୀକୃତି ଦୀର୍ଘ ସ୍ଥାୟୀ। ଏଦିଗରେ ଆଗକୁ ଅଗ୍ରସର ହେଲେ ସାମାଜିକ ଧାରା ସୁଲଳିତ ହୋଇପାରିବ।

ସେ କହିଲେ ଯେ, ସାମ୍ବାଦିକଙ୍କ ମଧ୍ୟରେ ଏକତା ଆଧାରିତ ମନୋଭାବ ନିହାତି ଜରୁରୀ। ଏହା ସମାଜର ସବୁ କ୍ଷେତ୍ରକୁ ପଥ ପ୍ରଦର୍ଶନ କରିବାରେ ସହାୟକ ହେବ। ଗଣମାଧ୍ୟମ ମୁଦ୍ରଣ ରୁ ବୈଦ୍ୟୁତିକ ପ୍ରଣାଳୀ ଦେଇ ୱେବରେ ପହଁଚିଛି। ସୂଚନାର ଗତି ଓ ତୀବ୍ରତା ବଢ଼ିଛି। ଏହି ଆହ୍ୱାନ ସହିତ ତଳ ଦେଇ ଆଗକୁ ବଢ଼ିବା ଉପରେ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରିଥିଲେ। ଭିଏସଏସୟୁଟିର କୂଳପତି ପ୍ର. ବଂଶୀଧର ମାଝୀ ତାଙ୍କ ବକ୍ତବ୍ୟରେ କହିଲେ, ସମାଜକୁ ଗଠନ ଓ ଶୃଙ୍ଖଳିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୁର୍ଣ୍ଣ। ଏହା ଦ୍ୱାରା ସମସ୍ତେ ଉପକୃତ ହେବେ। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ଉନ୍ନତିରେ କାର୍ୟ୍ୟ କରି ସେ ଗୌରବାନ୍ବିତ ବୋଲି ମତ ଦେଇ ପ୍ର. ମାଝୀ କହିଲେ ଯେ, କୌଣସି ଶିକ୍ଷାୟତନର ସାମଗ୍ରୀକ ଓ ଗୁଣାତ୍ମକ ବିକାଶ ପାଇଁ ଭିତ୍ତି ଭୂମି ଆବଶ୍ୟକ। ତେବେ ଏଥି ସହିତ ମାନବ ସମ୍ବଳ ଅପରିହାର୍ୟ୍ୟ। ଏଥିରେ ଗଣମାଧ୍ୟମ ସହିତ ବୁଦ୍ଧିଜୀବି ଏବଂ ନାଗରିକ ସମାଜର ମଧ୍ୟ କର୍ତ୍ତବ୍ୟ ରହିଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ସ୍ୱାଧୀନତା ସଂଗ୍ରାମ ଓ ଦେଶ ଗଠନରେ ସାମ୍ବାଦିକଙ୍କ ଭୂମିକା ଏବଂ ସାମ୍ବାଦିକ ମହାସଂଘର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅର୍ଜୁନ ରଞ୍ଜନ ପଣ୍ଡା, ଅଶୋକ କୁମାର ବିଶି, ଗୋରେଖ ନାଥ ସାହୁ (ସୁବର୍ଣ୍ଣପୁର), ହରିହର ନାଥ, ଅଞ୍ଜନୀ ଶର୍ମା (ଝାରସୁଗୁଡା), ଦେବଦତ୍ତ ପଣ୍ଡା (ସମ୍ବଲପୁର) ଏବଂ କୃତୀ ସ୍ଥପତି ମିଳନ ରାୟଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସଂଘ ସାଧାରଣ ସମ୍ପାଦକ ଶଙ୍କର ବେହେରା, ସଦସ୍ୟ ଅନିଲ ଶ୍ରୀରାମକା, ପ୍ରୀତି ସୁନା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories