www.samajalive.in
Monday, December 15, 2025
14.1 C
Bhubaneswar

ଓଡ଼ିଶାର ରାଇଜିଂ ଷ୍ଟାର୍ସ : ରାଜ୍ୟ କ୍ରୀଡ଼ାବିତଙ୍କୁ ନଗଦ ପୁରସ୍କାର ରାଶି ପ୍ରଦାନ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏକ ସମାରୋହରେ ରାଜ୍ୟର ୨୦ ଜଣ ଆଥଲେଟଙ୍କୁ ନଗଦ ପୁରସ୍କାର ରେ ସମ୍ମାନିତ କରାଯାଇଛି। କରାଟେ, ବ୍ୟାଡମିଣ୍ଟନ ଓ ୟାଚିଂ (ସେଲିଂ) ବର୍ଗରେ ଏହି କ୍ରୀଡ଼ାବିତମାନେ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରୟାସ କରି ମୋଟ ୨୨ଟି ପଦକ ହାସଲ କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସଙ୍କ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ନିଷ୍ଠା ଓ ଉଦ୍ୟମଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଓଡ଼ିଶାର ଯୁବ କ୍ରୀଡ଼ାବିତମାନେ ଯେଉଁ ଉତ୍ସାହି ମନୋଭାବ ଏବଂ ପ୍ରତିବଦ୍ଧତାର ଦୃଷ୍ଟାନ୍ତ ପ୍ରତିପାଦନ କରିଛନ୍ତି ସେଥିପାଇଁ ଆଜି ଆମେ ଗର୍ବିତ। କରାଟେ, ବ୍ୟାଡମିଣ୍ଟନ ଏବଂ ୟାଚିଂରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା କେବଳ ଆମ ରାଜ୍ୟ ପାଇଁ ଗୌରବ ଆଣିନାହିଁ ବରଂ ଆହୁରି ଅନେକଙ୍କୁ ପ୍ରେରଣା ଯୋଗାଇଛି । ସେମାନଙ୍କ ନିଷ୍ଠା ଏବଂ ପ୍ରଚେଷ୍ଠାକୁ ମୁଁ ପ୍ରଶଂସା କରିବା ସହ ସେମାନଙ୍କ ଏହି ପ୍ରୟାସ ଆଗାମୀ ଦିନରେ ଅଧିକ ସଫଳତା ଆଣିବାରେ ସହାୟକ ହେବ ବୋଲି ଆଶା କରୁଛି। ଆଜିର ଏହି ପୁରସ୍କାର ସେମାନଙ୍କ କଠିନ ପରିଶ୍ରମର ପ୍ରମାଣର ଅଂଶ ସ୍ୱରୂପ।

- Advertisement -

ଜାତୀୟ କରାଟେ ଚାମ୍ପିୟନସିପ୍ ୨୦୨୩ ରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ୧୭ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନଗଦ ଅର୍ଥ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ୱାଇଏଆଇ ସିନିୟର ନ୍ୟାସନାଲ ସେଲିଂ ଚାମ୍ପିୟନସିପ୍ ୨୦୨୩ରେ ସ୍ୱର୍ଣ୍ଣ ପଦକ ପାଇଁ ମନସ୍ୱିନୀ ମହାରଣାଙ୍କୁ ୩୦, ୦୦୦ଟଙ୍କା, ସର୍ବଭାରତୀୟ ୩୫ତମ ସବ୍ ଜୁନିୟର ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ୨୦୨୩ରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ପାଇଁ ପ୍ରଗତି ପରିଡ଼ାଙ୍କୁ ଯଥାକ୍ରମେ ୧୫,୦୦୦ ଟଙ୍କା ଓ ୬,୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା I ସେହିପରି ସର୍ବଭାରତୀୟ ୩୫ତମ ସବ୍ ଜୁନିୟର ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ୨୦୨୩ରେ ବିଶାଖା ଟପ୍ପୋଙ୍କ ଦୁଇଟି କାଂସ୍ୟ ପଦକ ପାଇଁ ୬,୫୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories