www.samajalive.in
Monday, December 15, 2025
16.1 C
Bhubaneswar

ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ 

ସମ୍ବଲପୁର : ଆସନ୍ତା ଡିସେମ୍ବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏଠାରେ ହେବାକୁ ଥିବା ୧୦୮ କୁଣ୍ଡୀୟ ନବଚେତନା ଜାଗରଣ ଗାୟତ୍ରୀ ମହାଯଜ୍ଞ ପାଇଁ ସ୍ଥାନୀୟ କମଳି ବଜାର ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ଶୁକ୍ରବାର ଗାୟତ୍ରୀ ପରିଜନ ମାନଙ୍କର ଏକ ସାଧାରଣ ବୈଠକ ଯଜ୍ଞ କମିଟିର ଅଧ୍ୟକ୍ଷ ଆଡଭୋକେଟ୍ ଦୀନଦୟାଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ପ୍ରତିନିଧି ଶେଷଦେବ ବଢ଼େଇ ଓ ମଙ୍ଗଳ ସିଂ ଘଡ଼େୱାଲ ଯୋଗ ଦେଇ ଯଜ୍ଞ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଗାୟତ୍ରୀ ଶକ୍ତିପୀଠ ଟ୍ରଷ୍ଟ ମୁଖ୍ୟ ଉପେନ୍ଦ୍ର କୁମାର ପାଢ଼ୀ ୧୦୮ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ଶାନ୍ତିକୁଞ୍ଜ ପ୍ରତିନିଧିମାନଙ୍କ ସହ ଗାୟତ୍ରୀ ପରିଜନମାନେ ରେମେଡ଼ (କଦମମାଳ) ଠାରେ ହେବାକୁ ଥିବା ଯଜ୍ଞସ୍ଥଳ ପରିଦର୍ଶନ କରିଥିଲେ । ମଙ୍ଗଳ ସିଂ ଘଡ଼େୱାଲ ସମସ୍ତ ଗାୟତ୍ରୀ ପରିଜନମାନଙ୍କୁ ଯଜ୍ଞସ୍ଥଳ ନିର୍ମାଣ ପାଇଁ ପ୍ରତିଦିନ ୪ ଘଣ୍ଟା ସମୟଦାନ କରିବାକୁ ଉଦ୍ବୋଧନ ଦେଇଥିଲେ। ଯଜ୍ଞର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ବାନାମ୍ବର ସର, ସତ୍ୟନାରାୟଣ ପଟେଲ, ଦିଲ୍ଲୀପ୍ କୁମାର୍ ସାନବଡ଼, ଦିବ୍ୟ ମେଣ୍ଡଳି, ତୁଷାର ପଟ୍ଟନାୟକ, ଭାରତୀ ଶତପଥି, ଦୀପ୍ତିମୟୀ ବାରିକ, ଭୂମିସୂତା ପଧାନ, ରମାଦେବୀ ସର ପ୍ରମୁଖ ଯଜ୍ଞସ୍ଥଳ ପରିଦର୍ଶନ କରିଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories