www.samajalive.in
Sunday, December 14, 2025
26.1 C
Bhubaneswar

ମାନବାଧିକାର କମିଶନ ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର : ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ ଦ୍ୱିଦିବସୀୟ ସମ୍ବଲପୁର ଗସ୍ତ କରିଛନ୍ତି । ପ୍ରଥମ ଦିନରେ ସହରର ଉପକଣ୍ଠସ୍ଥ ଛଞ୍ଚାନପାଲି ସ୍ଥିତ ଋକ୍ମଣୀଲାଠ ବାଲ ନିକେତନ ପରିଦର୍ଶନ କରିଛନ୍ତି । ବାଲ ନିକେତନର ବିଭିନ୍ନ କାର୍ଯ୍ୟ ତଦାରଖ ସହିତ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଥିଲେ। ଅନ୍ତେବାସୀଙ୍କ ଖାଦ୍ୟପେୟ, ପାଠପଢ଼ା ଆଦି ବିଷୟରେ ଜଷ୍ଟିସ ପୂଜାରୀ ଗୁରୁତ୍ୱ ଦେବା ସହିତ ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲ ନିକେତନରେ କର୍ମଚାରୀ ମାନେ ରହିବା ଉପରେ ଗୁରୁତ୍ୱାରୋପ କରିବା ସହିତ ଛାତ୍ର ମାନଙ୍କ ପାଇଁ ନିର୍ମାଣାଧିନ ଗୃହର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ସେହିଭଳି ଦ୍ୱିତୀୟ ଦିନରେ ଶୁକ୍ରବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଡାକ୍ତରଖାନା ପରିଦର୍ଶନ ସମୟରେ ବିଭିନ୍ନ ୱାର୍ଡ, ମାତୃ ଓ ଶିଶୁ ବିଭାଗ, ଅଲଟ୍ରା ସାଉଣ୍ଡ ବିଭାଗ, ଓପିଡି, ଆଇପିଡି, ଫିଜିଓଥେରାପି, ଡାଇଲିସିସ ୟୁନିଟ ଆଦି ବିଭିନ୍ନ ବିଭାଗ ଗୁଡିକୁ ବୁଲି ଦେଖିଥିଲେ। ମାତୃ ଓ ଶିଶୁ ବିଭାଗ ପରିଦର୍ଶନ ସମୟରେ ଅଲଟ୍ରା ସାଉଣ୍ଡ ବିଭାଗରେ ଡାକ୍ତର ନ ଥିବା, ଉପର ବେଳାରେ ଓପିଡି ନ ଖୋଲିବା, ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ବୁର୍ଲା ଭିମସାରକୁ ରେଫର କରିବା, କିଛି ବିଭାଗରେ ଡାକ୍ତର ନ ଥିବା ଆଦି ବିଭିନ୍ନ ବିଷୟକୁ ନେଇ ଜଷ୍ଟିସ ପୂଜାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଡାକ୍ତରଖାନା ପରିସରରେ ସ୍ୱଚ୍ଛତାକୁ ନେଇ ମଧ୍ୟ ଜଷ୍ଟିସ ପୂଜାରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରୋଗୀ ମାନେ କିଭଳି ଭାବରେ ଭଲ ଚିକିତ୍ସା ପାଇ ପାରିବେ, ସେ ନେଇ ଅଧିକାରୀ ମାନଙ୍କୁ କହିଥିଲେ। ଡାକ୍ତରଖାନା ପରିସରରେ ରୋଗୀ ସେବା ଓ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଗୁଡିକୁ ବୁଲି ଦେଖିବା ସହିତ ସମସ୍ୟା ଗୁଡିକର ନିରାକରଣ ପାଇଁ ଜିଲା ପ୍ରଶାସନ ଓ ଡାକ୍ତର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି ଯେ, ଓପିଡିକୁ ଉପର ବେଳା ଖୋଲିବା ନେଇ  ପଦକ୍ଷେପ ନିଆଯିବ। ଏଥି ସହ କମିଶନ ଅଧ୍ୟକ୍ଷ ଦେଇଥିବା ନିର୍ଦ୍ଦେଶାନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଡା. ସାହୁ କହିଛନ୍ତି। ଏହି ଅବସରରେ ଜିଲାପାଳ ଅନନ୍ୟା ଦାସ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଦ୍ୱିଦିବସୀୟ ଗସ୍ତ ପରେ ଜଷ୍ଟିସ ପୂଜାରୀ ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories