ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଇନଷ୍ଟିଚ୍ୟୁଟ ମ୍ୟାନେଜମେଣ୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଇଏମସି ଚେୟାରମେନ ନୀଳମାଧବ ମିଶ୍ର, ଡିଆଇସି କନ୍ଧମାଳର ପ୍ରତିନିଧି, କସମ୍ ଫୁଲବାଣୀର ସମ୍ପାଦକ ସଞ୍ଜିତ୍ ପଟନାୟକ, ଇଂପ୍ଲିମେଣ୍ଟ ଇଣ୍ଡିଆ ଲିମିଟେଡ଼ ଫୁଲବାଣୀର ରଶ୍ମୀରଂଜନ ପଟ୍ଟନାୟକ, ଜେସିବି ଆୟୁର୍ବେଦିକ ଫାର୍ମାସୀ ଫୁଲବାଣୀର କନକଲତା ଦେହୁରୀ, ଆଇଟିଆଇ ବୌଦ୍ଧର ପ୍ରତିନିଧି, ଆଇଟିଆଇ ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦେଇଥିଲେ । ଟାଟା ଷ୍ଟ୍ରାଇଭ୍ ପ୍ରତିନିଧି ସ୍ମୃତି ରଂଜନ ଦାସ୍ ବୈଠକରେ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ସେଠୀ ବୈଠକ ପରିଚାଳନା କରିଥିଲେ । ଆଇଏମସି ଅଧ୍ୟକ୍ଷ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନେ ଉଦ୍ୟୋଗ ମାଧ୍ୟମରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହାର ବିଷଦ୍ ଆଲୋଚନା କରିଥିଲେ । ଶିଳ୍ପାନୁଷ୍ଠାନ ଅଧ୍ୟକ୍ଷ ଅନୁଷ୍ଠାନର ବାର୍ଷିକ ଆୟବ୍ୟୟ ଅଟକଳ ଉପସ୍ଥାପନ ସହ କ୍ୟାରିୟର କାଉନସେଲିଂ ଓ ଶିକ୍ଷଣ ତଥା ସହ-ଶିକ୍ଷଣ ଭିତ୍ତିକ କାର୍ୟ୍ୟକ୍ରମ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଆଇଟିଆଇ ଫୁଲବାଣୀର ତାଲିମ୍ ପ୍ରାପ୍ତ ଅଧିକାରୀ ଡ଼ ନୃସିଂହାନନ୍ଦ ମହାପାତ୍ର ବୈଠକର ସାରାଂଶ ଆଲୋଚନା କରିବା ସହ ବୈଠକର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ରଶ୍ମୀରଂଜନ ବିଶ୍ଵାଳ, ଅଧ୍ୟାପକ ଗୋବର୍ଦ୍ଧନ ବସ୍ତିଆ, ହଷ୍ଟେଲ ଅଧୀକ୍ଷକ କୁମାର ଗୌରବ ମହାପାତ୍ର, ଅଧ୍ୟାପକ ରଶ୍ମୀରଂଜନ ବେହେରା, ଅଧ୍ୟାପିକା ମଧୁସ୍ମିତା ସିଂହ ପ୍ରମୁଖ ବୈଠକରେ ସହଯୋଗ କରିଥିଲେ ।
Popular Categories



