www.samajalive.in
Monday, December 15, 2025
16.1 C
Bhubaneswar

୯୪ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କଲେ ବିଧାୟକ 

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ ଶୁକ୍ରବାର ରାମନାଗୁଡା ତହସିଲ ଅନ୍ତର୍ଗତ ରାଜସ୍ୱ ବିଭାଗ ପକ୍ଷରୁ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏଥିରେ  ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ବରିଷ୍ଠ ନେତା ଗଗନ ଆଚାର୍ଯ୍ୟ, ପ୍ରଶାନ୍ତ ଗୌଡ, କମଳ ମୁଟୁକା, ବିଜୟ ମାଣ୍ଡାଙ୍ଗୀ, ବନମାଳୀ ମହାରଣା, ମକର ଧୋବା, ରଞ୍ଜନ ନାୟକ ବେହେରା, ଆନନ୍ଦ ପରିଛା, ଶିବ ପ୍ରସାଦ ବ୍ରହ୍ମା, ଭି. କୁମାର ସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ରାମନାଗୁଡା ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ବ ସର୍କଲର ସମୁଦାୟ  ୯୪ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା  ବଣ୍ଟନ କରାଯାଇଥିଲା ।
ସେହିପରି କୁଜେନ୍ଦୀ ରାଜସ୍ବ ସର୍କଲର ତାମିଙ୍ଗି ଗ୍ରାମର ୨୧ ପରିବାରକୁ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ଗୋପାଳପୁରରେ ୯ଜଣ, ରାମନାଗୁଡାରେ୧୦ଜଣ, ପୁରଟିଗୁଡାରେ ଜଣେ, ସୁଲୁଡିରେ ୪୧ପରିବାରକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ସେହିପରି ହାଡୁଗୁଡାରେ ୧୧ଜଣ ଓ ପାଲିକିଡାଙ୍ଗରେ ୧ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ଏହି ଜଙ୍ଗଲ ଜମି ପଟ୍ଟା ପାଇବା ପରେ ଲୋକଙ୍କ ମଧ୍ୟରେ  ଉତ୍ସାହ ଦେଖିବାକୁ ମିଳିଛି।
ଗୋସେଇଁ ଗୁଲୁମୁଣ୍ଡା ଗିରିଧର ସାହୁ, କୁଜେନ୍ଦ୍ରୀ ଅନୁରାଗ ସେଠି, ରାମନାଗୁଡା ରାଜସ୍ବ ନିରୀକ୍ଷକ ମମତା ରାଣୀ ଖଞ୍ଜା, ଗୋଗୁ ପାଡୁ ରାଜସ୍ବ ନିରୀକ୍ଷକ ଗାମ୍ବାଳି ଗୌତମି ଗରଣ୍ଡା ରାଜସ୍ବ ନିରୀକ୍ଷକ ଅରୁଣ କୁମାର ଦାସ, ସୁପରଭାଇଜର ସିବାନନ୍ଦ ଦାସ, ସେକ୍ସନ ଅଫିସର ବିଶ୍ୱନାଥ ମଣ୍ଡଳଙ୍କ ଉପସ୍ଥିତିରେ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ ସହିତ କାର୍ଯ୍ୟାଳୟର  କର୍ମଚାରୀ  ଉପସ୍ଥିତ ଥିଲେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories