www.samajalive.in
Monday, December 15, 2025
15.1 C
Bhubaneswar

ଦେଶର ପ୍ରଥମ ‘ଟିବି ମିତ୍ର’ ମୋବାଇଲ ଆପ୍‍ ଉନ୍ମୋଚିତ

ଭୁବନେଶ୍ୱର : ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଏକ ମୋବାଇଲ ଆପ୍‍ ‘ଟିବି ମିତ୍ର’ ଓ ସଚେତନତା ସୂଚନା ସାମଗ୍ରୀ ଉନ୍ମୋଚିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସହଯୋଗୀ ସଂସ୍ଥା ‘ରିଚ୍‍’ ତରଫରୁ ପ୍ରସ୍ତୁତ ଏହି ସାମଗ୍ରୀ ଓ ଆପ୍‍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି କହିଥିଲେ ଯେ ରାଜ୍ୟର ବର୍ଷକୁ ପ୍ରାୟ ୫୦ ହଜାର ଯକ୍ଷ୍ମାରୋଗୀ ଚିହ୍ନଟ ହେଉଛନ୍ତି। ସେଥିରେ ୩ ପ୍ରତିଶତ ନୂତନ ଏବଂ ୧୧ ପ୍ରତିଶତ ପୁରୁଣା ବା ସମ୍ପୂର୍ଣ୍ଣ ଚିକିତ୍ସିତ ହୋଇ ନଥିବା ରୋଗୀ ଅନ୍ତର୍ଭୁକ୍ତ। ଗୋଷ୍ଠୀ ସ୍ତରରେ ପ୍ରତ୍ୟେକ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ସହ ସୁସ୍ଥ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ୯୦ ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇପାରୁଛି ଏବଂ ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ଚିକିତ୍ସା ଏବଂ ଔଷଧ ପ୍ରଦାନ କରାଯାଉଛି। ରାଜ୍ୟରେ ଯକ୍ଷ୍ମା ଚିହ୍ନଟ ଓ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ପରୀକ୍ଷାଗାର ବ୍ୟବସ୍ଥା ରହିଛି। ନୂତନ ଭାବେ ଉନ୍ମୋଚିତ ମୋବାଇଲ ଆପ୍‍ ଟିବି ମିତ୍ର ବ୍ୟବହାରକାରୀଙ୍କୁ ରାଜ୍ୟରେ ଯକ୍ଷ୍ମା ସମ୍ପର୍କରେ ସୂଚନା ପ୍ରଦାନ ସହିତ ଉପଲବ୍ଧ ସେବା ବିଷୟରେ ସଚେତନ କରିପାରିବ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହି ଆପ୍‍ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ସଚେତନତା ସୃଷ୍ଟି ସହିତ ପ୍ରତ୍ୟେକ ଆକ୍ରାନ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆରୋଗ୍ୟ ଲାଭ କରିଥିବା ଚମ୍ପିଆନମାନଙ୍କ ଦ୍ୱାରା ଗଠିତ କଳିଙ୍ଗ ଟିବି ସର୍ଭାଇବର୍ସ ନେଟ୍‍ୱାର୍କ ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରି ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗୀ ସଂସ୍ଥା ରିଚ୍‍ର କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ।
ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦା କହିଥିଲେ ଯେ ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ବ୍ୟାପକ ଏବଂ କ୍ରିୟାଶୀଳ କରାଯାଇଛି। ରିଚ୍‍ ସଂସ୍ଥାର କାର୍ଯ୍ୟକ୍ରମ ପରିଚାଳକ ଅନୁରାଧା ପଣ୍ଡା ଓଡିଶାକୁ ଯକ୍ଷ୍ମାମୁକ୍ତ କରିବା ଦିଗରେ ତାଙ୍କର ସହଯୋଗ ଜାରି ରହିବ ବୋଲି କହିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ଉତ୍ସବରେ ସ୍ୱତନ୍ତ୍ର ସଚିବ ଡକ୍ଟର ବି.କେ.ବ୍ରହ୍ନା , ଜନସ୍ୱାସ୍ଥ୍ୟ ନିର୍ଦେଶକ ଡ. ସ୍ୱପ୍ନେଶ୍ୱର ଗଡନାୟକ, କ୍ୟାପିଟାଲ ହସପିଟାଲ ନିର୍ଦେଶକ ଡ. ଚନ୍ଦ୍ରିକା ପ୍ରସାଦ ଦାସ ଏବଂ ରାଜ୍ୟ ଟିବି ଅଧିକାରୀ ଡ. ପ୍ରଶାନ୍ତ କୁମାର ହୋତାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories