www.samajalive.in
Monday, December 15, 2025
17.1 C
Bhubaneswar

ପବିତ୍ର ନବରାତ୍ର ଅବସରରେ ନବଜାତ ଶିଶୁକନ୍ୟା ଓ ମାତା ମାନଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁୁରର ବିପ୍ରା ଫାଉଣ୍ଡେସନ ପକ୍ଷରୁ ପବିତ୍ର ନବରାତ୍ର ଅବସରରେ ‘ବେଟି ବଚାଓ ବେଟି ପଢ଼଼ାଓ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଭିନବ ଉଦ୍ୟମ କରାଯାଉଛି। ଏହି କ୍ରମରେ ନବରାତ୍ର ଅବସରରେ ରବିବାର ବିପ୍ର ଫାଉଣ୍ଡେସନ (ମହିଳା ପ୍ରକୋଷ୍ଠ) ଦ୍ୱାରା ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଠାରେ ନବଜାତ କନ୍ୟା ଓ ମାତା ମାନଙ୍କୁ ସମ୍ମାନୀତ କରାଯାଇଛି। ଆଜି ଏହି କାର୍ଯ୍ୟକ୍ରମରେ ଡା. ଭରତ ଦାଶ ଓ ଭାରତ ବିକାଶ ପରିଷଦର ଶ୍ୟାମ ସୁନ୍ଦର ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନବରାତ୍ର ଅବସରରେ ୧୬ ଜଣ ନବଜାତ ଶିଶୁ କନ୍ୟା ଓ ତାଙ୍କର ମାତାପିତା ମାନଙ୍କୁ ବେବି କିଟ, ଫଳ ଓ ବିଭିନ୍ନ ପ୍ରକାରର ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ନବ ରାତ୍ର ଅବସରରେ ଫାଉଣ୍ଡେସନ ପକ୍ଷରୁ ପ୍ରତି ବର୍ଷ ନବରାତ୍ର ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇ କନ୍ୟା ଶିଶୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ବଲପୁର ଶାଖା ଅଧ୍ୟକ୍ଷ ସୁଶୀଲ ଶର୍ମା, ଶାଖା ସଚିବ ରୋଶନ ଶର୍ମା, ମହାସଚିବ ଶରଦ ଶର୍ମା, ଅରୁଣ ଶର୍ମା, ଗରିମା ଶର୍ମା, ଜଗଦୀଶ ଶର୍ମା, ଓମ ପ୍ରକାଶ ଶର୍ମା, ବିଜୟ ଶର୍ମା, ତପେଶ ଶର୍ମା, ମନୋଜ ଶର୍ମା, ସଚିନ ଶର୍ମା, ଶଶି ଲାଟା, ମାଧବୀ ଶର୍ମା, ବିମଳା ଲାଟା, ଅନୁରାଧା ଶର୍ମା, ସଙ୍ଗୀତା ଶର୍ମା, ସରିତା ଶର୍ମା, ମାନସୀ ଶର୍ମା ଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories