ମା’

କାଳି ଦାସ

ଦୁର୍ଗାପୂଜା ଭାରତୀୟ ସଂସ୍କୃତିର ଏକ ସୁଦର ଉପସ୍ଥାପନା। ନାରୀ ଶକ୍ତି ଓ ମାତୃ ଶକ୍ତିର ବନ୍ଦନା କରିବାପାଇଁ ଯେମିତି ପ୍ରକୃତି ଏବଂ ସୃଷ୍ଟି ଉଭୟ ଆଗେଇ ଆସିଛନ୍ତି। ପରିବେଶ ରେ ଯେମିତି ମାଦକତା ଭରିଯାଇଛି। ବର୍ଷା କମିଯାଇଛି, ଶୀତ ଆସିନି, ଗାଁ ଠାରୁ ସହର ସବୁକିଛି ଉତ୍ସବ ମୁଖରିତ। ସକାଳୁ ସକାଳୁ ଦେବୀଙ୍କ ସ୍ତୋତ୍ର କାନରେ ପଡେ “ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ୍ ସଂସ୍ତିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ”। ମନରେ ଅଦ୍ଭୁତ ଶିହରଣ ଖେଳି ଯାଏ। ପ୍ରତ୍ୟେକ ସହର ଓ ଗାଁରେ ଦୁର୍ଗା ମେଢ ଦେଖିବାକୁ ମିଳିଥାଏ। ଲୋକମାନେ ବର୍ଷ ସାରା ପ୍ରତୀକ୍ଷା କରିଥାନ୍ତି ଦୁର୍ଗାପୂଜାର ଆଗମନ ପାଇଁ ଘରେ ଘରେ ପିଠାପଣାର ସୁଅ ଛୁଟେ। ନୂଆ ଲୁଗା ପିନ୍ଧିବା, ବନ୍ଧୁ ମିଳନର ପରମ୍ପରା କେଉଁ କାଳରୁ ଚାଲିଆସିଛି।

prayash

ଅସତ୍ୟ ଉପରେ ସତ୍ୟର ବିଜୟ, ଆସୁରିକ ଶକ୍ତି ଉପରେ ଦୈବିକ ଶକ୍ତିର ବିଜୟକୁ ଦର୍ଶାଏ ଦୁର୍ଗାପୂଜା। ମା ଦୁର୍ଗା ଅତ୍ୟାଚାରୀ ଅସୁର, ମହିଷାସୁରର ବଦ୍ଧ ମାହାଷ୍ଟମୀରେ କରିଥିଲେ। ମହିଷାସୁରର ଅତ୍ୟାଚାରରେ ତିନି ଲୋକ ଥର ହର ହେଉଥିଲା। ଦେବତାମାନେ ମଧ୍ୟ ମହିଷାସୁର ସହ ଯୁଦ୍ଧ କରିବା ପାଇଁ ସାହାସ ସଞ୍ଚୟ କରିପାରୁନଥିଲେ। ମା ଦୁର୍ଗା ସେତେବେଳେ ଏକୁଟିଆ ମହିଷାସୁର ସହ ଯୁଦ୍ଧ କରି ତାକୁ ମାରିଥିଲେ ଓ ତିନି ଲୋକରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ନାରୀ ସହନଶୀଳ ସନ୍ତାନ ପାଇଁ ମମତାର ପ୍ରତିମୂର୍ତ୍ତି କିନ୍ତୁ ଯେତେବେଳେ ସେହି ନାରୀ ଦେଖେ ସୃଷ୍ଟି ନଷ୍ଟ ହେବାକୁ ଯାଉଛି ସେତେବେଳେ ସିଏ ଅସ୍ତ୍ର ଧରି ଦଶଭୁଜା ହୋଇ ଅତ୍ୟାଚାରୀର ଅତ୍ୟାଚାର ଉପରେ ପୂର୍ଣ୍ଣଛେଦ ଲଗାଇ ଥାଏ। ଆମର ପୂର୍ବ ପୁରୁଷମାନେ ନାରୀ ଭିତରେ ଥିବା ମହାନତା ଠିକ ବୁଝିପାରିଥିଲେ। ତେଣୁ ନାରୀ ଶକ୍ତିର ସମ୍ମାନରେ ଏହି ପୂଜା ଓ ଆରାଧନାକୁ ନିଜ ଜୀବନରେ ସ୍ଥାନ ଦେଇଥିଲେ। ଦୁର୍ଗାପୂଜା ୯ ଦିନ ଯାଏ ଚାଲେ ତାକୁ ନବରାତ୍ର କୁହାଯାଏ। ମା’ ଙ୍କର ୯ଟି ରୂପକୁ ଏହି ୯ ଦିନରେ ପୂଜା କରାଯାଏ। ଦଶମ ଦିନ ରାବଣ ଦହନ କରାଯାଏ। ଦଶମ ଦିନକୁ ‘ବିଜୟା ଦଶମୀ’ ବା ଦଶହରା ମଧ୍ୟ କୁହାଯାଏ। ରାବଣ ଅହଙ୍କାର ଓ ଅତ୍ୟାଚାରର ପ୍ରତୀକ। ନାରୀଙ୍କୁ ଦୁର୍ବଳ ଅସହାୟ ମନେ କରେ, ତେଣୁ ଦଶହରା ଦିନ ରାବଣ ବଦ୍ଧ ବା ରାବଣ ଦହନ ନାରୀ ଶକ୍ତିର ଜୟ ଗାନ।

kalyan agarbati

Comments are closed.