www.samajalive.in
Monday, December 15, 2025
16.1 C
Bhubaneswar

ବାଲି ଚୋରା ଚାଲାଣ କରୁଥିବା ଟ୍ରାକଟର ଜବତ, ପଚାଶ ହଜାର ଜୋରିମାନା ଆଦାୟ

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ କ୍ରମେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ରାମଆଳ ନଦୀ ତଟ ବର୍ତ୍ତୀ ମହୁଲପାଳ ଘାଟରୁ ଏକ ଟ୍ରାକଟର ଜବତ କରି ପଚାଶ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି। କାମାକ୍ଷାନଗର ତହସିଲ ଅଞ୍ଚଳରେ ଚୋରାରେ ବାଲି ଚାଲାଣ ହେଉଥିବାର ଉପଖଣ୍ଡ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମହୁଲପାଳ ଘାଟରେ ପହଞ୍ଚି ଏକ ବାଲି ବୋଝଇ ଟ୍ରାକଟରକୁ ଜବତ କରିଥିଲେ। ଜବତ ହୋଇଥିବା ଟ୍ରାକଟର ଠାରୁ ପଚାଶ ହଜାର ଟଙ୍କା ଜୋରିମାନା ଆଦାୟ କରିବା ପରେ ଉକ୍ତ ଟ୍ରାକଟରକୁ ଛାଡି ଦେଇଥିବାର ଜଣାଯାଇଛି। ଏହି ଘଟଣା ପ୍ରଚାର ହେବା ପରେ ବାଲି ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories