www.samajalive.in
Saturday, December 13, 2025
14.1 C
Bhubaneswar

ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଜି.ଉଦୟଗିରି: କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଏବଂ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ପ୍ରତିଯୋଗିତାରେ ବତ୍କୃତା, ସୃଜନାତ୍ମକ ଲିଖନ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ, ସଙ୍ଗୀତ ଗାନ କରାଯାଇଥିବା ବେଳେ, କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଜାଭେଲିନ୍, ଷଟ୍ ଫୁଟ୍, ଡିସକସ୍ ଥ୍ରୋ, କବାଡି, ଫୁଟବଲ୍, ଖୋଖୋ ଆଦି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସହଯୋଗ ତଥା ସାଂସ୍କୃତିକ ପରିଷଦର ସଦସ୍ୟ ବୃନ୍ଦ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ, ଅଧ୍ୟାପକ ମାନସ ରଞ୍ଜନ ରାଉତରାୟ, ଅଧ୍ୟାପିକା ଅନ୍ନପୂର୍ଣ୍ଣା ମଲ୍ଲିକ, ଅଧ୍ୟାପିକା ସରିତା ମିଶ୍ର ଏବଂ କ୍ରୀଡ଼ା ପରିଷଦର ସଦସ୍ୟ ଅଧ୍ୟାପକ ଦ୍ୱିତୀକୃଷ୍ଣ ଖଣ୍ଡୁଆଳ, ଅଧ୍ୟାପକ ମଦନ ମୋହନ ବନଛୋର୍, କ୍ରୀଡ଼ା ଶିକ୍ଷକ ସରୋଜ କୁମାର ଦାଶ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories