www.samajalive.in
Monday, December 15, 2025
17.1 C
Bhubaneswar

ଥଇଥାନ ପ୍ରତିଶୃତି ପରେ ବୁର୍ଲା ଶାନ୍ତ

ବୁର୍ଲା: ବୁର୍ଲାର ଉଛେଦ ହୋଇଥିବା ତଥା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ଥଇଥାନ ଏବଂ ଦୀର୍ଘ ଦିନର ଦାବି ସ୍ଥାୟୀ ପଟ୍ଟା ନିମନ୍ତେ ସମ୍ବଲପୁର ଜିଲ୍ଲା ବିଜେଡିର ଏକ ଜିଲ୍ଲା ସ୍ତରୀୟ କମିଟି ବୁର୍ଲା ପରିଦର୍ଶନ କରିଥିଲେ। ପ୍ରଥମେ ପ୍ରତିନିଧି ଦଳ ବୁର୍ଲା କଚ୍ଚା ମାର୍କେଟରେ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ। ପରେ ଜିଲ୍ଲପାଳ ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ଉପସ୍ଥିତିରେ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ତୁରନ୍ତ ଭେଣ୍ଡିଙ୍ଗ ଜୋନ ମାଧ୍ୟମରେ ଦୋକାନ ଗୃହ ଯୋଗାଇ ଦେବା ପାଇଁ ପ୍ରତିନିଧି ଦଳ ପ୍ରଶାସନଙ୍କୁ ଜଣାଇଥିଲେ ଏବଂ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ପ୍ରଶାସନ ପ୍ରତିଶୃତି ଦେଇଥିଲେ। କଚ୍ଚା ମାର୍କେଟରୁ ଲଷ୍ମୀପୂଜା ଛକ ଦେଇ ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ଚାଲି ଚାଲି ରାସ୍ତାରେ ଅପେକ୍ଷା କରିଥିବା ଉଠା ଦୋକାନୀ ମାନଙ୍କ ଅଭିଯୋଗ ଶୁଣିଥିଲେ। ମୁଖ୍ୟ ମାର୍କେଟରେ ଉପସ୍ଥିତ ଥିବା କ୍ଷତିଗ୍ରସ୍ଥ ଦୋକାନୀ ମାନଙ୍କ ସହ ଆଲୋଚନା ପରେ ମୁଖ୍ୟବନ୍ଧ ଅତିଥି ଭବନରେ ବୁର୍ଲା କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଥିଲେ। ଏ ସମସ୍ତ ବିଷୟ ସରକାରଙ୍କୁ ଜଣାଇ ତୁରନ୍ତ ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରତିନିଧି ଦଳ ଲୋକମାନଙ୍କୁ ବୁଝାସୁଝା କରିଥିଲେ।

ଏହି ପ୍ରତିନିଧି ଦଳରେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ଜିଲ୍ଲା ଉପଦେଷ୍ଠl ସଭ୍ୟ ଆଡ଼ଭୋକେଟ ପ୍ରମୋଦ ରଥ, ସମାଜସେବୀ ସିଦ୍ଧୁ ସାହା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories