www.samajalive.in
Monday, December 15, 2025
17.1 C
Bhubaneswar

ଦେଢ଼ ବର୍ଷରୁ ଅଧିକ ହେବ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ, ପୁନଃ ସ୍ଥାପନ ଦାବୀରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଫୁଲବାଣୀ: ଦୀର୍ଘ ଦିନ ହେବ ଅନ୍ଧାରରେ ରହିବା ଏବଂ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯିବା ପରେ ବାରମ୍ବାର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ କୌଣସି ସମାଧାନ ନ ହେବାରୁ ଆଜି ଦାବୀ ପୂରଣ ପାଇଁ ଗୁରୁପଡା ଗ୍ରାମର ବରସାହି ବାସୁନ୍ଦା ଗୁରୁପଡା ଛକରେ କାଠ ପକାଇ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତର ଗୁରୁପଡା ଗାଁର ତଳସାହି (ବରସାହି )ଗାଁରେ ଦୀର୍ଘ ଦେଢ଼ ବର୍ଷ ହେବ ବିଦ୍ୟୁତ ଟ୍ରାନ୍ସଫରମର ପୋଡି ଅଚଳ ହୋଇଯିବା ପରେ ଗାଁରେ ଥିବା ୪୨ ଟି ପରିବାର ଅନ୍ଧାରରେ ରହିଥିବା ଗ୍ରାମବାସୀ କହିଛନ୍ତି। ତେବେ ବିଦ୍ୟୁତ ଟ୍ରାନ୍ସଫରମର ପୋଡି ଥିବା ଘଟଣାରେ ଗ୍ରାମର ବିଦ୍ୟୁତ ଉପୋଭୋକ୍ତାମାନେ ବିଭାଗୀୟ ଅଧିକାରୀଙ୍କୁ ଫୁଲବାଣୀରେ ଭେଟି ଲିଖିତ ଅଭିଯୋଗ କରିଥିଲେ।

ଦୀର୍ଘ ଦେଢ଼ ବର୍ଷ ବିତିଛି କିନ୍ତୁ ବିଭାଗ ଗ୍ରାମର ବିଦ୍ୟୁତ ଉପୋଭୋକ୍ତାଙ୍କ ଅଭିଯୋଗକୁ ରଖିବା ପରେ ବିଦ୍ୟୁତ ବିଲ ପୈଠ କଲେ ପୁଣି ଟ୍ରାନ୍ସଫର୍ମର ଲାଗିବ ବୋଲି କହିବା ପରେ ଗାଁ ଲୋକେ ବିଦ୍ୟୁତ ବିଲ ପୈଠ ମଧ୍ୟ କରିଛନ୍ତି । କିନ୍ତୁ ବିଭାଗ ତରଫରୁ ମେସିନ ଲାଗି ପାରିନାହିଁ ଯାହାକୁ ନେଇ ଆଜି ଗ୍ରାମବାସୀ ମାଶ୍ରୀପଡାରୁ ସାଡୀଙ୍ଗିଆ ଯାଇଥିବା ରାସ୍ତା ଗୁରୁପଡାଛକରେ ଦୀର୍ଘ ୫ ଘଣ୍ଟା ରାସ୍ତା ଅବରୋଧ କରିଛନ୍ତି । ଖବରପାଇ ଘଟଣା ସ୍ଥଳରେ କେଳାପଡା ପଞ୍ଚାୟତ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଫିରିଙ୍ଗିଆ ବ୍ଲକ ଦାଇତ୍ୱରେ ଥିବା ବିଦ୍ୟୁତ ବିଭାଗର ସୁପର ଭାଇଜର ସୁଶାନ୍ତ କୁମାର ପ୍ରଧାନ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ୨ ଦିନ ଭିତରେ ବିଦ୍ୟୁତ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories