www.samajalive.in
Monday, December 15, 2025
17.1 C
Bhubaneswar

‘ସହାୟ’ ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ସଚେତନତା ସଭା

ଡେସ୍କ : ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଦ୍ୱାରା ପରିଚାଳିତ ‘ସହାୟ’ ମାନସିକ ଅନଗ୍ରସର ପିଲାଙ୍କ ସ୍ୱତନ୍ତ୍ର ବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳନ ଅବସରରେ ଗୁରୁବାର ଦିନ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭେଷଜ ଚିକିତ୍ସା ମହାବିଦ୍ୟାଳୟ, ମାନସିକ ସ୍ୱାସ୍ଥ୍ୟ ଅନୁଷ୍ଠାନର ମନସ୍ତତ୍ୱ ଚିକତ୍ସକ ଡାକ୍ତର ପ୍ରଶାନ୍ତ କୁମାର ସେଠୀ ଓ ତପସ୍ୱିନୀ ବରାଳ ବକ୍ତା ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ସଂଜ୍ଞା, କାରଣ ଓ ନିରାକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ‘ସହାୟ’ର ସଙ୍ଗୀତ ଶିକ୍ଷକ ଯୁଧିଷ୍ଠିର ପତ୍ରି ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ପାଇଁ ସଙ୍ଗୀତର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହି ସଭାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ଉପଲକ୍ଷେ ଚଳିତ ବର୍ଷର ବିଷୟବସ୍ତୁ ‘ମାନସିକ ସ୍ୱାସ୍ଥ୍ୟ ଓ ସାର୍ବଭୌମିକ ଅଧିକାର’ର ଲକ୍ଷ୍ୟ ଉପରେ ଆଲୋଚନା କରାଯାଇଥିଲା । କଟକ ସହରର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଦିବ୍ୟାଙ୍ଗ ପିଲାମାନଙ୍କର ଅଭିଭାବକମାନେ ଅଂଶ ଗ୍ରହଣ କରିଥିଲେ ।


ମାନସିକ ଅନଗ୍ରସର ପିଲାଙ୍କ ସ୍ୱତନ୍ତ୍ର ବିଦ୍ୟାଳୟ ‘ସହାୟ’ର ଅବୈତନିକ ସଚିବ ଶ୍ରୀମତୀ ମୃଣାଳିନୀ ପାଢୀଙ୍କ ପରିଚାଳନାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ‘ସହାୟ’ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏଥିରେ ଯୋଗ ଦେଇଥିଲେ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories