www.samajalive.in
Thursday, December 11, 2025
15.1 C
Bhubaneswar

ହାଉସ ଅଫ ଲର୍ଡ଼ସରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଅରବିନ୍ଦ ପାଢ଼ୀ 

ସମ୍ବଲପୁର : ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଆର୍ନ୍ତଜାତୀୟ ଦେଶ ସମ୍ବନ୍ଧ ଓ ବ୍ୟାପାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡ. ଅରବିନ୍ଦ କୁମାର ପାଢ଼ୀ ଇଂଲଣ୍ଡର ରାଜଧାନୀ ଲଣ୍ଡନ ଠାରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିଲେ। ନଭେମ୍ବର ୨୨ ତାରିଖରେ ହାଉସ ଅଫ ଲର୍ଡ଼ସରେ ଲର୍ଡ ଶେଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ. ଅରବିନ୍ଦ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଓଡିଶା କ୍ୟାଡର ଅରବିନ୍ଦ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟୀର ପ୍ରଶାସକ, ଆରଡ଼ିସି ଏବଂ ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଦାୟିତ୍ୱରେ ରହିଥିବା ଡ. ଅରବିନ୍ଦ ବଡ ଧରଣର ଧର୍ମୀୟ ସମାଗମ ପରିଚାଳନା ସର୍ମ୍ପକରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ରଥଯାତ୍ରା ଓ ନବକଳେବର ସମୟର ଯୋଜନା ଓ କାର୍ଯ୍ୟକାରିତା ସର୍ମ୍ପକରେ ଅନ୍ୟ ଅଂଶଗ୍ରହଣକାରୀ ଦେଶର ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନା କରି ଅରବିନ୍ଦ ଭାରତୀୟ ସଂସ୍କୃତି ଏବଂ ପରିଚାଳନା ବିଷୟରେ ପ୍ରଭାବିତ କରିଥିଲେ, ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା। ବୈଠକରେ ବିଭିନ୍ନ ଦେଶର ପ୍ରତିନିଧିମାନେ ଜନସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାନବ ସମ୍ବଳ ପରିଚାଳନା ଉପରେ ବୈଠକରେ ଭାବର ଆଦାନ ପ୍ରଦାନ କରାଯାଇଥିଲା ଯାହାକି ଶିକ୍ଷଣୀୟ ଥିଲା ଏବଂ ଏହା ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି ବୋଲି ଡ. ପାଢ଼ୀ ‘ସମାଜ’କୁ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories