www.samajalive.in
Sunday, December 7, 2025
18.1 C
Bhubaneswar

ମିଶନ ଶକ୍ତିର ମହିଳାଙ୍କୁ ସାଇବର ସୁରକ୍ଷା ସଚେତନତାର ବାର୍ତ୍ତା

ରେଙ୍ଗାଲିକ୍ୟାମ୍ପ : ଅତାବିରା ପୁଲିସ ପକ୍ଷରୁ ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସଭା କକ୍ଷରେ ମିଶନ ଶକ୍ତି ଅଧୀନରେ ଥିବା ୨୪ ଟି ପଞ୍ଚାୟତର ଏମ୍ ବି କେ,ବ୍ୟାଙ୍କ୍ ମିତ୍ର,କମିଟି ରିଶୋର୍ସ ପରସନ,ଜି ପି ଏଲ ଏଫ୍,ଓ ବିଏଲଏଫ୍ ର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଶ୍ରୀ ସୁକୁମାର ତ୍ରିପାଠୀ ଅଧ୍ୟକ୍ଷତା କରିବା ସହ ଅନଲାଇନ ଠକାମୀ ଠାରୁ ଦୁରେଇ ରହିବା, କୌଣସି ଏଟିଏମରୁ କୌଣସି ବ୍ୟକ୍ତି ଟଙ୍କା କାଢି ଯିବା ସମୟରେ ଏଟିଏମ୍ କାଉଣ୍ଟର ଭିତରେ ଥିବା ଅଜଣା ବ୍ୟକ୍ତି ତଥା ନିଜ ଏଟିଏମ୍ କାର୍ଡକୁ ନ ଦେବା ,କିପରି ସାଇବର ଅପରାଧରୁ ସୁରକ୍ଷିତ ରହିବା,ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କ ରହିବା, ଆର୍ଥିକ କାରବାର ସମୟରେ ସତର୍କ, ନିଯୁକ୍ତିରୁ ଠକେଇ ,ଲୋନ୍ ଆପରୁ ଠକେଇ, ମାଟ୍ରିମୋନିଆଲ ଉପରେ ସାବଧାନ ,ଅଜଣା କଲ୍ ସିମ୍ ସ୍କାଫରୁ ଦୁରେଇ ପ୍ରଭୃତିରୁ ସାଇବରକୁ ନେଇ ନିଜେ ନିଜ ପରିବାର ତଥା ସମ୍ପର୍କୀୟ ମାନଂକୁ ସବୁ ଉପରେ ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆମେ ନିଜେ ଠକେଇ ହେବା ସେଥିପାଇଁ ପୁଲିସ ପକ୍ଷରୁ ସଚେତନର ଏକ ବଡ ପଦକ୍ଷେପ ନିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମେହେର, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟନାରାୟଣ ତାଣ୍ଡି, ଅଧ୍ୟକ୍ଷ ଶ୍ରୀ ବନମାଳୀ ବରିହା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗିରିନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଏଏସଆଇ ଶ୍ରୀ ଲଳିତ ନାଗ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅତାବିରା ପୁଲିସ ଓ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଏ ଏସ ଆଇ ଶ୍ରୀ ବୈଠାରୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories