www.samajalive.in
Monday, December 15, 2025
17.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଜାତୀୟ ପାଠଚକ୍ର ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଓଡ଼ିଆ ବିଭାଗର ଜାତୀୟ ପାଠଚକ୍ର ‘ଓଡ଼ିଆ ଜାତିର ଅସ୍ମିତା ନିର୍ମାଣରେ ଗଞ୍ଜାମ ଜିଲ୍ଲାର ଭୂମିକା’ ଶୀର୍ଷକକୁ ନେଇ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିବସୀୟ ଜାତୀୟ ସମ୍ପାନର ଆଜି ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଓଡ଼ିଶାର ବିଶିଷ୍ଟ ରାଜନୀତି ବିଜ୍ଞାନୀ ତଥା ସାହିତ୍ୟ ଜଗତର ବେଶ୍ ଜଣାଶୁଣା ପ୍ରତିଭା ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ସଭାମୁଖ୍ୟ ଭାବେ ଯୋଗ ଦେଇ ରାଜନୀତି କ୍ଷେତ୍ର, ସମବାୟ ଆନ୍ଦୋଳନ ଏବଂ ସମସ୍ତ ଦୃଷ୍ଟିକୋଣରୁ ଗଞ୍ଜାମର ଅସ୍ମିତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ସେହିପରି ଭାବେ ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ଐତିହାସିକ ଏବଂ ବିଶିଷ୍ଟ କବି ପ୍ରଫେସର ମନ୍ମଥ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଐତିହାସିକ ଦୃଷ୍ଟି କୋଣରୁ ପ୍ରାଚୀନ ଓଡ୍ର ଭୂଖଣ୍ଡରେ ଗଞ୍ଜାମ ତାର ନିଜସ୍ଵ ପରିଚିତି କିପରି ଜାହିର କରିପାରିଥିଲା, ସେ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଏଥିରେ ସଂସ୍କୃତି ଗବେଷକ ତଥା ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁରର ଆଞ୍ଚଳିକ ଉପ ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ କୁମାର ପାଢ଼ୀ ମୁଖ୍ୟ ବକ୍ତା ଏବଂ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ମେଜର ରମାରମଣ ପାଢ଼ୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories