www.samajalive.in
Monday, December 15, 2025
16.1 C
Bhubaneswar

ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା – ବିକାଶ କନସେପ୍ଟ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ବିଜୟୀ

ସମ୍ବଲପୁର: ଜିଲା ମାର୍ଷ୍ଟସ ଆଥଲେଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡ଼ିଆ ଠାରେ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ବିକାଶ କନସେପ୍ଟ ସ୍କୁଲ ଓ ବୈଦିକ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବିକାଶ ସ୍କୁଲ ଦଳ ୨ – ୦ ଗୋଲରେ ବୈଦିକ ସ୍କୁଲ ଦଳକୁ ପରାସ୍ତ କରିଛି। ମ୍ୟାଚରେ ନମନ ପଟେଲ ଓ ରଶ୍ମି ରଞ୍ଜନ ରଣା ଗୋଲ ଦେଇଥିଲେ। ବୈଦିକ ସ୍କୁଲର ଦିନେଶ କୁମାର ମେହେରଙ୍କୁ ଶ୍ରେଷ୍ଠ ଖେଳାଳି ରୁପେ ପୁରସ୍କୃତ କରାଯାଇଛି।

ସେହିଭଳି ଦ୍ୱିତୀୟ ମ୍ୟାଚ ସେଭେନ ହିଲ୍ସ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨-୨ ଗୋଲ କରିଥିବାରୁ ମ୍ୟାଚ ଅମିଂମାସିତ ହୋଇଥିଲା। ଏଣୁ ଟାଇବ୍ରେକର ପଦ୍ଧତିରେ ଦିଲ୍ଲୀ ପବ୍ଲିକ ସ୍କୁଲ ୬ – ୪ ଗୋଲରେ ବିଜୟ ଲାଭ କରିଛି। ଅବିନାଶ ଓରାମଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଛି। ଖେଳ ଗୁଡିକୁ ରେଫରୀ ରୂପେ ମଥୁରା ଓରାମ, ଲକ୍ଷ୍ମଣ ନାଥ, ଶାନ୍ତା ରଣବିଡା, ମନୋଜ ଭୋଇ, ସରୋଜ କିଷାନ ଓ ଜଲେନ ଓରାମ ପରିଚାଳନା କରିଥିଲେ। ଆସନ୍ତା ୧୪ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଖେଳାଯିବ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories