www.samajalive.in
Monday, December 15, 2025
27.1 C
Bhubaneswar

କନ୍ଧମାଳରେ ଜାଡ଼ ; ଫୁଲବାଣୀରେ ପାରଦ ୮.୫ଂ

ଫୁଲବାଣୀ  : ଚଳିତ ବର୍ଷର ଅସହ୍ୟ ଶୀତ ଆଜି ସମଗ୍ର କନ୍ଧମାଳରେ ଅନୁଭୂତ ହୋଇଛି। ଚାରିପାଞ୍ଚ ଦିନ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବାରୁ ଶୀତର ପ୍ରକୋପ ହ୍ରାସ ପାଇଥଲା। କିନ୍ତୁ ଆଜି ଫୁଲବାଣୀରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ରାଜ୍ୟର ସର୍ବନିମ୍ନ ତାପମାତ୍ରା। ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ସେଠାରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଗୋଟିଏ ଦିନରେ ଫୁଲବାଣୀର ତାପମାତ୍ରା ଦୁଇ ଡିଗ୍ରୀ ସେଲସିୟସ୍‍ ହ୍ରାସ ପାଇଛି।
ଫୁଲବାଣୀରେ ୨୦ ତାରିଖରେ ତାପମାତ୍ରା ୧୧ ଡିଗ୍ରୀ ଥିବା ବେଳେ ୨୧ ତାରିଖରେ ୧୩ ଡିଗ୍ରୀ,୨୨ ତାରିଖରେ ୧୦ ଡିଗ୍ରୀ ଏବଂ ୨୩ ତାରିଖରେ ୧୦.୫ ଡିଗ୍ରୀ ସେଲସିୟସ୍‍ ରହିଥିଲା। ୨୪ ତାରିଖରେ ହ୍ରାସ ପାଇ ୮.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ଜିଲାପାଳଙ୍କ କାର୍ଯ୍ୟାଳୟର ପାଣିପାଗ ପର୍ଯ୍ୟବେକ୍ଷକ ଆଶୀଷ ବେହେରା ସୂଚନା ଦେଇଛନ୍ତି। ତାପମାତ୍ରା ଲଲଗାତାର ହ୍ରାସ ପାଇବ ବୋଲି କହିଛନ୍ତି ଆଜି ଇନସ୍ପେକସନରେ ଆସିଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର କର୍ମଚାରୀ ପ୍ରଦୀପ କୁମାର ପାତ୍ର। ଜିଲାର ବେଲଘର, ତୁମୁଡିବନ୍ଧ, ଲଙ୍କାଗଡ, ଝିରିପାଣି ଓ କୋଟଗଡ ସମେତ ଅନ୍ୟ ଆଭ୍ୟନ୍ତରିଣ ଗ୍ରାମରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories