www.samajalive.in
Saturday, December 13, 2025
17.1 C
Bhubaneswar

୨୯ରେ ସମ୍ବର୍ଦ୍ଧିତ ହେବେ ୧୯୭୫ ବିଶ୍ୱକପ ଚମ୍ପିଆନ ଖେଳାଳି

ଭୁବନେଶ୍ୱର : ଓଡ଼ିଶା ହେଉଛି ପୂଜ୍ୟପୂଜା ପରମ୍ପରାର ରାଜ୍ୟ। ଏହି ପରମ୍ପରାକୁ ସରକାର ମନେ ରଖିଛନ୍ତି।୧୯୭୫ରେ ବିଶ୍ୱପାଇଁ ପ୍ରଥମର ଥର ଲାଗି ଖ୍ୟାତି ଆଣିଥିବା ଭାରତୀୟ ଦଳଙ୍କୁ ସମ୍ବର୍ଦ୍ଧନା କରିବାପାଇଁ ମନସ୍ଥ କରିଛନ୍ତି। ଅଜିତପାଲ ସିଂହଙ୍କ ନେତୃତ୍ୱରେ ଭାରତକୁ ମିଳିଥିବା ବିଶ୍ୱ ଚାମ୍ପିଅନ ଆଖ୍ୟାକୁ ୪୩ ବର୍ଷ ପରେ ଉଜ୍ଜୀବିତ କରିବାପାଇଁ ଉକ୍ତ ଟିମ୍‍କୁ ଏହି ବିଶ୍ୱ କପ୍‍ ହକି ପ୍ରତିଯୋଗିତା ଲାଗି ଆମନ୍ତ୍ରଣ କରିଛନ୍ତି।
ସୂଚନା ଅନୁଯାୟୀ ୧୯୭୫ର ହକି ଟିମ୍‍ ୨୬ ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସିବେ। ସନ୍ଧ୍ୟା ୬.୦୫ରେ ହକି ଟିମ୍‍ ପହଞ୍ଚିବା ପରେ ସେମାନଙ୍କୁ ବିମାନ ବନ୍ଦରଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ଗଣମାଧ୍ୟମ ସହିତ ଏକ ଛୋଟ ବାର୍ତ୍ତାଳାପ ପରେ ହୋଟେଲ ପ୍ରେସିଡେନ୍‍ସିରେ ରହଣି ପାଇଁ ପାଛୋଟି ନିଆଯିବ। ୨୭ରେ ଭୁବନେଶ୍ୱର ମନ୍ଦିର ମାଳିନୀ ସହର ଓ ତା’ର ଐତିହ୍ୟକୁ ପରିଚିତ କରିବା ପାଇଁ ହକି ଦଳକୁ ସହର ପରିଭ୍ରମଣରେ ନିଆଯିବ। ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବାକୁ ଥିବା ଉଦ୍‍ଘାଟନୀ ଉତ୍ସବରେ ସେମାନେ ଭାଗନେବେ। ଅଜିତପାଲ ସିଂହଙ୍କ ସମେତ ଅଶୋକ କୁମାର, ଆସଲାମ୍‍ ଶେର ଖାନ, ବ୍ରିଗେଡ଼ିୟର ହରଚରଣ ସିଂହ, ଲେସ୍‍ଲି ଫର୍ଣ୍ଣାଣ୍ଡିଜ, ବୀରେନ୍ଦ୍ର ସିଂହ, ଅଶୋକ ଦିୱାନ, ମାଇକେଲ କିଣ୍ଡୋ, ବି.ପି. ଗୋବିନ୍ଦା, ବ୍ରିଗେଡ଼ିୟର ଏଚ.ଜେ.ଏସ୍‍. ଚିନାମି, ଭି.ଜେ ଫିଲିପ୍ସ, ଓମ୍‍କାର ସିଂହ ଓ କାଲ୍‍ହେ ପ୍ରମୁଖ ଓଡ଼ିଶା ଆସିବା ନେଇ ଜଣାପଡ଼ିଛି। ୨୮ରେ ଉକ୍ତ ଖେଳାଳି କୋଣାର୍କ ପରିଦର୍ଶନ କରିବା ସହିତ ସେମାନଙ୍କୁ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ। ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହକି ବିଶ୍ୱକପ ମ୍ୟାଚ ଦେଖିବା ସହିତ ୩୦ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories