www.samajalive.in
Friday, December 12, 2025
19.1 C
Bhubaneswar

ଅମୃତସର ଆକ୍ରମଣ: ଦ୍ୱିତୀୟ ଅଭିଯୁକ୍ତ ଅବତାର ଗିରଫ

ଚଣ୍ଡିଗଡ଼ : ଅମୃତସରସ୍ଥିତ ସନ୍ଥ ନିରଙ୍କରୀ ଭବନ ଆକ୍ରମଣ ଘଟଣାରେ ଦ୍ୱିତୀୟ ଅଭିଯୁକ୍ତ ଅବତାର ସିଂହକୁ ଗିରଫ କରାଯାଇଛି। ଏଥିସହିତ ତା’ଠାରୁ ପିସ୍ତଲ ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଶନିବାର ସନ୍ଧ୍ୟାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ବିକ୍ରମଜିତ ସିଂହକୁ ଗିରଫ କରାଯାଇଥିଲା। ଗଣମାଧ୍ୟମକୁ ରାଜ୍ୟ ପୁଲିସ ମହାନିର୍ଦେଶକ ସୁରେଶ ଅରୋରା ଦେଇଥିବା ସୂଚନାନୁସାରେ ଅବତାରକୁ ଅମୃତସର ନିକଟ ଲୋପୋକ (ଅଞ୍ଜାଲା) ଥାନା ଅନ୍ତର୍ଗତ ଖାୟାଲା ଗ୍ରାମରୁ ଗିରଫ କରାଯାଇଛି। ତା’ଠାରୁ ଦୁଇଟି .୩୨ବୋର୍‍ ପିସ୍ତଲ ଜବତ କରାଯାଇଛି। ସେଥିରୁ ଗୋଟିଏ ଆମେରିକା ନିର୍ମିତ। ଏହାଛଡ଼ା ୪ଟି ମାଗାଜିନ ଓ ୨୫ରାଉଣ୍ଡ ଗୁଳି ଜବତ କରାଯାଇଛି। ଅବତାରର ଘର ଲୋପୋକ ନିକଟ ଛକ ମିଶ୍ରି ଖାନ୍‍ ଗ୍ରାମରେ। ଉଭୟ ଅଭିଯୁକ୍ତ ଖଲିସ୍ଥାନ ଲିବରେସନ ଫ୍ରଣ୍ଟ (କେଏଲଏଫ)ର ସଦସ୍ୟ ଏବଂ ସେମାନଙ୍କର ଏହାର ମୁଖ୍ୟ ହରମିତ ସିଂହ ‘ପିଏଚ୍‍ଡି’ ଓରଫ ହାପି ସହିତ ଯୋଗାଯୋଗ ରହିଥିବାର ପ୍ରମାଣ ମିଳିଛି ବୋଲି ଅରୋରା କହିଛନ୍ତି। ଗତ ରବିବାର ବିକ୍ରମଜିତ ମୋଟର ସାଇକଲ ଚଳାଉଥିଲାବେଳେ ନିରଙ୍କରୀ ଭବନରେ ଅନୁଷ୍ଠିତ ଭକ୍ତ ସମାବେଶକୁ ଅବତାର ଗ୍ରେନେଡ ମାଡ଼ କରିଥିଲା। ଏହି ଘଟଣାରେ ଅନ୍ୟ ଜଣଙ୍କ ସମ୍ପୃକ୍ତି ଥିବା ଅରୋରା କହିଛନ୍ତି। ସେ ହେଉଛି ପାକିସ୍ତାନ ନାଗରିକ ଜାଭେଦ। ବିକ୍ରମଜିତ ଓ ଅବତାରକୁ ଏହି ଆକ୍ରମଣ ପାଇଁ ସେ ପ୍ରୋତ୍ସାହିତ କରିଥିବା ସୂଚନା ମିଳିଛି। ଅବତାର ଜଣେ ଗାଉଁଲି ଚିକିତ୍ସକ ଏବଂ ହ୍ୱାଟ୍ସ ଆପ୍‍ ମାଧ୍ୟମରେ କିଛି ମାସ ପୂର୍ବେ ଦୁବାଇରେ ଥିବା ଜାଭେଦ ସହିତ ତାର ସମ୍ପର୍କ ସ୍ଥାପନ ହୋଇଥିଲା। ଜାଭେଦ ପଞ୍ଜାବୀ ଭାଷାରେ ଅବତାରକୁ ଶିଖ୍‍ଙ୍କ ସମସ୍ୟା ପ୍ରସଙ୍ଗ କହି ଉତ୍ତେଜିତ କରିଥିଲା। ପରେ ସେ ଅବତାରକୁ ‘ପିଏଚ୍‍ଡି’ ସହିତ ଯୋଗାଯୋଗ କରାଇଥିଲା। ଅବତାର ଦୁଇ ମାସ ପୂର୍ବେ ଇଟାଲିରେ ଥିବା ମାମୁ ପରମଜିତ ସିଂହ ବାବାଙ୍କ ସହ କଥାହୋଇ ବୁନ୍ଧୁକ ଯୋଗାଡ଼ କରିଥିଲା। ବାବାର ପିଏଚ୍‍ଡି ସହିତ ମଧ୍ୟ ସମ୍ପର୍କ ରହିଛି; ତେବେ ବିକ୍ରମଜିତ ଓ ଅବତାରଙ୍କର କୌଣସି ପିଛିଲା ଅପରାଧ ରେକର୍ଡ ନଥିବା ଅରୋରା କହିଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories