ବୁର୍ଲା: ବୁର୍ଲା ସହରର କିର୍ବା ମାରୁତି ରେସିଡ଼େନ୍ସି ଠାରେ ରହୁଥିବା ୪୫ ବର୍ଷୀୟ ବିବେକାନନ୍ଦ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକ ୧୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ସେ ବିଦ୍ୟୁତ ବିଭାଗର କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ପାର୍ସଲ ରିଟର୍ଣ୍ଣ ନାମରେ ଫୋନ ପରେ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଅଧିକାରୀ କହି ୧୫ ଲକ୍ଷ ଟଙ୍କା ଏକାଉଣ୍ଟରୁ ଲୁଟିନେଲେ ସାଇବର ଠକ।
ଅଭିଯୋଗ ମୁତାବକ ଗତ ୪ ତାରିଖରେ ଶ୍ରୀ ବେହେରାଙ୍କ ନିକଟକୁ ଏକ ଫୋନ ନମ୍ବର ୭୭୧୨୭୧୨୪୪୯ରୁ ୮ଟା ୪୪ ମିନିଟରେ ଏକ ଫୋନ କଲ ମୋବାଇଲକୁ ଆସିଥିଲା। ତାହା ଏକ କମ୍ପ୍ୟୁଟର ଜେନେରେଟେଡ଼ କଲ ଥିଲା ଓ ତାହା ଫେଡ଼େକ୍ସରୁ ଆସିଥିବା ଏବଂ ତାଙ୍କର ଏକ ପାର୍ସଲ ଫେରସ୍ତ ବାବଦରେ ରହିଥିଲା। ଏପରିକି ଫେଡ଼େକ୍ସ ସହିତ ଯୋଡ଼ି ହେବା ପାଇଁ ୧ ଦବାଇବା ପାଇଁ କୁହାଯାଇଥିଲା। ୧ ଦବାଇବା ପରେ ଜଣେ ଲୋକ ଫୋନ ଉଠାଇଥିଲା ଏବଂ ତାଙ୍କର ପାର୍ସଲଟି କେତେକ ଭୁଲ ସାମଗ୍ରୀ ପାଇଁ ଫେରସ୍ତ ହୋଇଯାଇଥିବା ଯାହାକି ମୁମ୍ବାଇରୁ-ତାଇୱାନରେ ତାଙ୍କ ନାମରେ ବୁକ ହୋଇଥିଲା ତାହା ଫେରସ୍ତ ହେବାର ଥିଲା। ଏପରିକି ଉକ୍ତ ପାର୍ସଲଟି ଝେଙ୍ଗ ଲିନ ନାମରେ ଗତ ସେପ୍ଟେମ୍ବର ମାସ ୨୫ ତାରିଖରେ ପାର୍ସଲ ଡ଼କେଟ ନମ୍ବର-୩୬୧୨୩୪୭୮୯ (୫ଟି ପାସପୋର୍ଟ, ୨ଟି ଲାପଟପ, ୨ କିଲୋଗ୍ରାମ ଲୁଗା ସାମଗ୍ରୀ ଏବଂ ୭୫୦ ମୋମା) ଏପରିକି ଏକ କେସ ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ଏକ କେସ ନମ୍ବର ଏମଏଚ୧୦୪୫/୧୦୨୩ ଦାଖଲ ହୋଇଥିବା ଏବଂ ଯାହାର ମୁଲ୍ୟ ୭୨ ହଜାର ୮୩୫ ଟଙ୍କା ବୋଲି କହିଥିଲା ଉକ୍ତ ବ୍ୟକ୍ତି। ଏପରିକି ଜଣେ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କୁ ଫୋନ କଲଟି ଫରୱାର୍ଡ଼ ହୋଇଥିଲା ଏବଂ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ସ୍କାଇପି ଏପ୍ଲିକେସନ ଡ଼ାଉନଲୋଡ଼ କରିବାକୁ କହିବା ପରେ ଚାଟ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ। ଏପରିକି କ୍ରାଇମ ବ୍ରାଞ୍ଚର ଆଇଡ଼ି ବା ପରିଚୟ ପତ୍ର ମଧ୍ୟ ଶ୍ରୀ ବେହେରାଙ୍କୁ ପଠାଇଥିଲା। ସ୍କାଇପି ଚାଟର ସମସ୍ତ ତଥ୍ୟ ସହିତ ଆଧାର କାର୍ଡ଼ ମଧ୍ୟ ସ୍କାଇପିରେ ପ୍ରେରିତ କରିବା ପାଇଁ ଶ୍ରୀ ବେହେରାଙ୍କୁ କହିଥିଲା। ଏପରିକି ବର୍ତ୍ତମାନ ଦିନରେ ଅନେକ ବ୍ୟାଙ୍କ କର୍ମଚାରୀ ମଧ୍ୟ ବ୍ୟାଙ୍କ ୱେବ ସାଇଟକୁ ଅନେକ ଚୟନ ଅପସନ ପଠାଉଥିବା ସମ୍ପର୍କରେ କହିଥିଲେ। ଏହାପରେ ଶ୍ରୀ ବେହେରାଙ୍କୁ ତାଙ୍କ ଏକାଉଣ୍ଟକୁ ଲଗ ଇନ କରିବା ପାଇଁ କହିଥିଲା ଏବଂ ବିଭିନ୍ନ ଋଣ ଅପସନ ବିଷୟରେ ପଚାରିଥିଲା। ଏହାପରେ ଶ୍ରୀ ବେହେରା ନିଜ ଆଇସିଆଇସିଆ ବ୍ୟାଙ୍କ ଏକାଉଣ୍ଟ ଲଗ ଇନ କରିବା ପରେ ତାଙ୍କୁ ଦିଆଯାଇଥିବା ବିଭିନ୍ନ ଅଫର ବିଷୟରେ ପଚାରିଥିଲେ। ଏହାପରେ ପରସନାଲ ଲୋନ ଅଫର ୧୫ ଲକ୍ଷ କ୍ଲିକ କରିବା ପରେ ତାଙ୍କର ଏକାଉଣ୍ଟ ନମ୍ବରରେ ଉକ୍ତ ଟଙ୍କା ଜମା ମଧ୍ୟ ହୋଇଯାଇଥିଲା।
ଉକ୍ତ ୧୫ ଲକ୍ଷ ଟଙ୍କା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟକୁ ଏହି ରାଶି ସଠିକ ରାଶି ତାହା ବିଷୟରେ ପୁଷ୍ଟି କରିବା ପାଇଁ ପ୍ରେରିତ କରିବା ପାଇଁ କହିଥିଲେ। ଉକ୍ତ ୧୫ ଲକ୍ଷ ରାଶି ଉକ୍ତ ଏକାଉଣ୍ଟକୁ ପ୍ରେରିତ କରିବା ପରେ ଫୋନ କଲ ଉକ୍ତ ବ୍ୟକ୍ତିଙ୍କ ଫୋନକଲ ସ୍କାଇପିରୁ କଟିଯାଇଥିଲା। ଏହାକୁ ନେଇ ଶ୍ରୀ ବେହେରା ସମ୍ବଲପୁର ସାଇବର ଥାନାରେ ଏକ ମାମଲା ରୁଜୁ କରିଥିଲେ।



