ଭୋଜିରେ ଖାଦ୍ୟ ଅପଚୟ ଅଭିଯାନ ଜାତୀୟ ସ୍ତରରେ ପ୍ରଶଂସିତ

ଭୁବନେଶ୍ୱର: ସାମାଜିକ କାର୍ଯ୍ୟରେ ଖାଦ୍ୟ ଅପଚୟ ଉପରେ କ୍ୟାଟରିଂ ଆେସାସିଏସନ ଅଫ ଓଡିଶା (ସିଏଓ)ର ସଚେତନତା ଅଭିଯାନକୁ ଜାତୀୟ ସ୍ତରରେ ପ୍ରଶଂସା କରାଯିବା ସହ ଅନ୍ୟ ରାଜ୍ୟ ସଂଘ ଏହି ଅଭିଯାନ ଆରମ୍ଭ କରିବାକୁ କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇଛନ୍ତି। ସୂଚନାେଯାଗ୍ୟ, ସିଏଓ ପକ୍ଷରୁ ସେପ୍ଟେମ୍ବର ୨୬ରେ ଜାତୀୟ କ୍ୟାଟେରର ଦିବସ ପାଳନ ଅବସରରେ ଅଧିକାଂଶ ଭୋଜିରେ ଲୋକେ ଖାଦ୍ୟ ନଷ୍ଟ କରୁଥିବା ନେଇ ଆେଲାଚନା ହୋଇଥିଲା। ସାମାଜିକ କାର୍ଯ୍ୟରେ ଖାଦ୍ୟ ଅପଚୟ ରୋକିବା ଉପରେ ଗୁରୁତ୍ବାରୋପ କରିବା ସହ ଏଥିପାଇଁ ସ୍ବତନ୍ତ୍ର ଭାବେ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତାବ ଗୃହୀତ ହେବା ସହ ଏ ନେଇ ଫେଡେରେସନ ଅଫ ଅଲ ଇଣ୍ଡିଆ କ୍ୟାଟରର୍ସ (ଏଫଏଆଇସି)କୁ ମଧ୍ୟ ଅବଗତ କରାଯାଇଥିଲା। ଚଳିତ ମାସ ୫ ତାରିଖରେ ଗୋଆରେ ଆେୟାଜିତ ଏଫଆଇସିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ସିଏଓର ଅଭିଯାନକୁ ସଭାପତି ନରେନ୍ଦ୍ର ସୋମାନି ପ୍ରଶଂସା କରିଥିଲେ। ସିଏଓ ସଭାପତି ବିନୟ ଭୂଷଣ ପଟ୍ଟନାୟକ ଏବଂ ସମ୍ପାଦକ ଦେବୀ ପ୍ରସାଦ ରଥଙ୍କୁ ଏଫଆଇସିର ପାର୍ଟନ ଭାବରେ ସାମିଲ କରାଯାଇଥିଲା। ଖାଦ୍ୟ ଅପଚୟ ଆମ ସମସ୍ତଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଚିନ୍ତାର ବିଷୟ। ସିଏଓ ଯେଉଁ ଅଭିଯାନ ଆରମ୍ଭ କରିଛି ତାକୁ ଅନ୍ୟ ରାଜ୍ୟରେ ଆରମ୍ଭ କରିବୁ ବୋଲି ଏଫଆଇସି ସମ୍ପାଦକ ବୁଦ୍ଧଦେବ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାରୁ ୧୦୦ଜଣଙ୍କ ସମେତ ସାରା ଦେଶରୁ ଏକ ହଜାରରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.