www.samajalive.in
Monday, December 15, 2025
17.1 C
Bhubaneswar

ସହୀଦ ଓଡ଼ିଆ ଯବାନ ସରୋଜ : କାନ୍ଦୁଛି ଗାଁ, ଲୁହରେ ଭିଜୁଛି ପୁରା ପରିବାର

କାମାକ୍ଷାନଗର : ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଦେଶ ମାତୃକାର ସେବାପାଇଁ ସହୀଦ ହୋଇଛନ୍ତି। ଦୀର୍ଘ ଚବିଶ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ଗୁରୁବାର ସରୋଜଙ୍କ ମୃତଦେହକୁ ସେନାବାହିନୀ ଉଦ୍ଧାର କରିଥିଲେ। କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର କେନ୍ଦୁଢିପ ଗ୍ରାମର ରାମଚନ୍ଦ୍ର ଦାସ ଓ ଶାନ୍ତି ଦାସଙ୍କ କନିଷ୍ଠ ପୁତ୍ର ସରୋଜ ୨୦୧୨ ମସିହାରେ ସେନାବାହିନୀରେ ଯୋଗ ଦେଇଥିଲେ। ଭୋପାଳରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିବା ସରୋଜ ଜଲପାଇଗୁଡ଼ି, ଜାମ୍ମୁ, ଇତ୍ୟାଦି ଅଞ୍ଚଳରେ ବହୁବର୍ଷ ଧରି କାର୍ଯ୍ୟ କରି ଗତ ମାସେ ହେବ ସିକ୍କିମରେ ଯୋଗ ଦେଇଥିଲେ। ଗତ ମାସ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମାରେ ସରୋଜ ଘଋକୁ ଆସି ସେପ୍ଟେମ୍ବର ମାସ ପାଞ୍ଚ ତାରିଖରେ ସିକିମ ଯାଇଥିଲେ। ନିଜ ବାପା, ମା, ଭାଇ, ଭାଉଜ, ଦୁଇ ଭଉଣୀ, ଓ ମାତ୍ର ସାତମାସ ହେବ ସଂସାର ହାତ ଧରିଥିବା ସ୍ତ୍ରୀ ଲୋପାମୁଦ୍ରାଙ୍କୁ ଅଳ୍ପ ଦିନରେ ଫେରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ। ମାତ୍ର ସେ ପ୍ରତିଶୃତି ସବୁଦିନ ପାଇଁ ପ୍ରତିଶୃତିରେ ରହିଗଲା।

ଆଜି ଦିନ ଦୁଇଟା ସମୟରେ ସେନାବାହିନୀ ତରଫରୁ ସରୋଜଙ୍କ ବଡ଼ଭାଇ ମନୋଜଙ୍କ ମୋବାଇଲକୁ ଉଦ୍ଧାର କରାଯାଇଥିବା ମୃତଦେହର ଫଟୋ ପଠାଯାଇଥିଲା। ପରିବାର ଲୋକ ଫୋଟୋକୁ ଚିହ୍ନଟ କରି ତାହା ସରୋଜଙ୍କ ହୋଇଥିବା ଜାଣିପାରିଥିଲେ। ତାପରେ ଗାଁରେ ଓ ପରିବାରରେ ଆରମ୍ଭ ହୋଇଥିଲା ଲୁହର ବନ୍ୟା। ସରୋଜଙ୍କ ସହୀଦ ହେବା ଖବର ଶୁଣି ଆଖପାଖରେ ଥିବା ଜିରାଳ, ମୁଗପଦା, ଗୋରଡିଆ, ମାର୍ଥାପୁର, ଅଁଳାପାଳ ଇତ୍ୟାଦି ଗ୍ରାମର ଲୋକ ମାନଙ୍କ ସୁଅ ଛୁଟିଥିଲା। ପିଲାଦିନର ସାଙ୍ଗଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ବନ୍ଧୁବାନ୍ଧବ, ପରିବାର ଲୋକେ ସମସ୍ତ ସ୍ତବ୍ଧ ହୋଇଯାଇଥିଲେ। ସରୋଜଙ୍କ ସହୀଦ ହେବା ଖବର ପାଇ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପା, ମା, ବଡ଼ ଭାଇ, ତାଙ୍କ ସ୍ତ୍ରୀ ଙ୍କୁ ଭେଟି ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଥିଲେ।
ଆସନ୍ତାକାଲି କିପରି ସରୋଜଙ୍କ ପାର୍ଥିବ ଶରୀର ସୁରୁଖୁରୁରେ ଘରେ ପହଞ୍ଚିବାବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ବହନ କରିବା ନେଇ ପ୍ରକାଶ କରିଥିଲେ। ଆସନ୍ତାକାଲି ସରୋଜଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବାକୁ ନେଇ ଗ୍ରାମବାସୀ ଦୁଃଖର ସହ ଚାହିଁ ବସିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories