QNETIC – Mobile

ବ୍ଲକ ସଦରମହକୁମାକୁ ଆସିଲା ନୂଆ ଆମ୍ବୁଲାନ୍ସ

୪ ମାସହେଲା ଅଚଳ ଥିଲା ଆମ୍ବୁଲାନ୍ସ

ହରଭଙ୍ଗା :ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀ ସେବା ପାଇଁ ଗୁରୁବାର ଏକ ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ପୂର୍ବ ଆମ୍ବୁଲାନ୍ସଟି ଦୀର୍ଘ ଚାରି ମାସ ହେଲା ଇଞ୍ଜିନ ସିଜ ହୋଇ ଅଚଳ ଅବସ୍ଥାରେ ରହିଥିିଲା। ଯାହାଫଳରେ ଆମ୍ବୁଲାନ୍ସଟି ରୋଗୀ ସେବାରେ ଲାଗିପାରୁନଥିଲା।ଏହା ସହ ୩ଜଣ ଡ୍ରାଇଭର ଏବଂ ଜଣେ ଫାର୍ମାସିଷ୍ଟ ହାତବାନ୍ଧି ରହିଥିଲେ । ରୋଗୀସେବା ପାଇଁ ହରଭଙ୍ଗା, ଆଠମଲ୍ଲିକ, ବୌଦ୍ଧ, ଖଜୁରୀପଡା ଆମ୍ବୁଲାନ୍ସ ଉପରେ ରୋଗୀଙ୍କୁ ନିର୍ଭର କରିବାକୁ ପଡୁଥିଲା। ଆମ୍ବୁଲାନ୍ସ ଅଚଳ ରୋଗୀସେବା ବିପର୍ଯ୍ୟସ୍ଥ ଭଳି ଖବର ବାରମ୍ବାର ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା। ଆଜି ସଦରମହକୁମାରେ ନୂତନ ଆମ୍ବୁଲାନ୍ସ ଦ୍ୱାରା ରୋଗୀ ସେବା ସୁବିଧାଜନକ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି।

Comments are closed.