www.samajalive.in
Monday, December 15, 2025
14.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ‘ରାବଣ’ ପୋଷ୍ଟର ଶେୟାର କଲା ବିଜେପି

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାହୁଲ ଗାନ୍ଧୀଙ୍କ ରାବଣ ବେଶ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଶାନନ ରୂପେ ସଜେଇଛି ବିଜେପି। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଭାରତୀୟ ଜନତା ପାର୍ଟି ରାହୁଲଙ୍କ ‘ରାବଣ’ ପୋଷ୍ଟର ଶେୟାର କରିଛି। ଏଥିସହ ଲେଖିଛି, ‘‘ନୂଆ ଯୁଗର ରାବଣ। ସେ ଦୁଷ୍ଟ। ଧର୍ମ ବିରୋଧୀ। ରାମ ବିରୋଧୀ। ତା’ର ଲକ୍ଷ୍ୟ ଭାରତକୁ ଧ୍ବଂସ କରିବା।’’


ଏଠାରେ ଉଲ୍ଲେଖଯୋଗ୍ୟ, ବିଜେପିର ସମସ୍ତ ନେତା ଏବଂ ମୁଖପାତ୍ର ବିରୋଧୀ ଅର୍ଥାତ୍‌ ଆଇଏନଡିଆଇଏ ମେଣ୍ଟର ନେତାମାନଙ୍କ ଉପରେ ଜୋରଦାର ରାଜନୈତିକ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ବିଜେପି ନେତାମାନେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିକୁ ଦୁର୍ନୀତି ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି। ସେହିପରି ଅନ୍ୟ ବିରୋଧୀ ଦଳମାନଙ୍କ ଉପରେ ମଧ୍ୟ ଦୁର୍ନୀତି ଏବଂ ପରିବାରବାଦ ପ୍ରସଙ୍ଗରେ ଟାର୍ଗେଟ କରାଯାଉଛି।

- Advertisement -

ଏହାସହିତ ବିଜେପି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ‘ଘମଣ୍ଡିଆ ଫାଇଲ୍ସ’ ନାଁରେ ଚତୁର୍ଥ ଏପିସୋଡ୍ ରିଲିଜ୍ କରିଛି। ଏହି ଅଧ୍ୟାୟରେ ବିଜେପି ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିକୁ ଟାର୍ଗେଟ କରି ଲେଖିଛି, ‘‘ଟିଏମସି ଶାସନରେ ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବା ପାଇଁ କିଭଳି ଗଣତନ୍ତ୍ରକୁ ଅସମ୍ମାନ, ମାର୍‌ପିଟ୍‌, ହତ୍ୟା ଓ ବଳାତ୍କାର ଦ୍ବାରା ଗାଁ ଗାଁରେ ଆତଙ୍କ ଖେଳାଇଛନ୍ତି ମମତା ବାନାର୍ଜୀଙ୍କ କର୍ମକର୍ତ୍ତା।’’ ୩ ମିନିଟ୍‌ ୫୦ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରି ପଶ୍ଚିମବଙ୍ଗର ସ୍ଥିତି ଦର୍ଶାଇଛି ବିଜେପି।


ସୂଚନାଯୋଗ୍ୟ, ଏହାପୂର୍ବରୁ ବିଜେପି କଂଗ୍ରେସ ଫାଇଲ୍ସ ନାମକ ଏକ ସିରିଜ୍ ପୋଷ୍ଟ କରିଥିଲା, ଯେଉଁଥିରେ କଂଗ୍ରେସ ଦଳକୁ ଦୁର୍ନୀତି ଏବଂ ଘୋଟାଲାର ଜନନୀ ବୋଲି ବର୍ଣ୍ଣନା କରାଯାଇଥିଲା। ଏହି ସିରିଜ୍‌ରେ ୟୁପିଏ-୧ ଏବଂ ୟୁପିଏ-୨ର ଶାସନ ସମୟରେ ହୋଇଥିବା ଦୁର୍ନୀତି ବିଷୟରେ କ୍ରମାଗତ ଭାବେ ପ୍ରଦର୍ଶିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories