www.samajalive.in
Thursday, December 11, 2025
27.1 C
Bhubaneswar

ଉତ୍କର୍ଷତାର ଦଶନ୍ଧି: ୧୦ ବର୍ଷର ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଚାନ୍ଦି ଭଣ୍ଡାର

  • ଆଣିଲା ସ୍ବତନ୍ତ୍ର କଲେକ୍ସନ ‘ଆର୍ଯ୍ୟ’
  • ଦୁର୍ଗାପୂଜା ଉପଲକ୍ଷେ ସ୍ଵତନ୍ତ୍ର ଅଫର
  • ଗହଣା ଗଢ଼ା ମଜୁରୀରେ ୩୦% ରିହାତି

ଭୁବନେଶ୍ୱର : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ରୂପା ଗହଣା ବ୍ରାଣ୍ଡ ଚାନ୍ଦି ଭଣ୍ଡାରର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟକୁ ପାଳନକରୁଛି। ଉତ୍କର୍ଷତାର ଦଶମ ବର୍ଷ ଅତିକ୍ରମ କରିଛି ଚାନ୍ଦି ଭଣ୍ଡାର। ଗତ ୧୦ ବର୍ଷ ଧରି ଏହା ଓଡ଼ିଶାରେ ଅନ୍ୟତମ ବୃହତ ତଥା ବିଶ୍ବସ୍ତ ରୁପା ଗହଣା ବ୍ରାଣ୍ଡ ଭାବେ ନିଜକୁ ପ୍ରତିପାଦିତ କରିଛି। ରୂପା କାରିଗରୀର ପ୍ରୋତ୍ସାହନ ଦିଗରେ ଏହା ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି । ଉଭୟ ପାରମ୍ପରିକ ଏବଂ ସମସାମୟିକ ଉତ୍କର୍ଷତାକୁ ଧ୍ୟାନରେ ରଖି ଆକର୍ଷଣୀୟ ଗହଣା ପିସ୍ ଏହା ଗ୍ରାହକଙ୍କୁ ଯୋଗାଇ ଆସୁଛି। ୧୦ ବର୍ଷର ଏହି ଯାତ୍ରା ଭଲ ପାଇବା, ଭରସା ଏବଂ ଅନନ୍ୟ ସମର୍ଥନରେ ଭରି ରହିଥିଲା ବୋଲି ଷ୍ଟାର ପକ୍ଷରୁ କୁହାଯାଇଛି । ତେବେ ଦଶମ ବାର୍ଷିକୀ ପାଳନକୁ ଅଧିକ ଉତ୍ସବମୁଖର କରିବାକୁ ଯାଇ ଚାଦି ଭଣ୍ଡାର ଆଣିଛି ‘ଆର୍ଯ୍ୟ’ କଲେକ୍ସନ। କାଳଜୟୀ ଅକ୍ସିଡାଇଲ୍ଡ ରୁପା ଏବଂ ଚମକଯୁକ୍ତ ଅର୍ଥ-ମୂଲ୍ୟବାନ ରତ୍ନପଥରର ଆକର୍ଷଣୀୟ ମିଶ୍ରଣ ହେଉଛି ଏହି କଲେକ୍ସନ। ଆଧୁନିକ ସ୍ରୋତରେ ଆଗକୁ ବଢିବାକୁ ଚାହୁଁଥିବା ଅଦମ୍ୟ ସାହସୀ ମହିଳାଙ୍କ ପାଇଁ ନିର୍ମିତ ଏହି ସମ୍ଭାର ଦୁର୍ଗା ମା’ଙ୍କ ବହୁବିଧ ରୂପରୁ ପ୍ରେରିତ ।

ଆକର୍ଷଣୀୟ ଡିଜାଇନ୍ ଏବଂ ବହୁମୁଖୀ ମେଟାଲ କଟ୍‌ରେ ଆସୁଥିବା ଏ କଲେକ୍ସନ ମହିଳାଙ୍କ ମଧ୍ୟରେ ଥିବା ଶକ୍ତି ଏବଂ ନିର୍ଭୟତାକୁ ପ୍ରଦର୍ଶନ କରୁଛି । ଚାନ୍ଦି ଭଣ୍ଡାରର ଉତ୍କର୍ଷ କାରିଗରୀର ଏହା ପ୍ରମାଣ। ଏ ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କୁହନ୍ତି ଯେ, ଆମକୁ ପ୍ରତିଦିନ ପ୍ରେରିତ କରୁଥିବା ଆଧୁନିକ ମହିଳାଙ୍କ ଅଦମ୍ୟ ସାହସ ପ୍ରତି ଏହି କଲେକ୍ସନ ଏକ ସମ୍ମାନ। ଆର୍ଯ୍ୟ କଲେକ୍ସନର ଅନୁଭବ ନେବାକୁ ସମସ୍ତଙ୍କୁ ସ୍ବାଗତ, ଯେଉଁଠି ଗ୍ରାହକ ସମସାମୟିକ କାରିଗରୀ ସହ କାଳଜୟୀ ଚମତ୍କାରିତାର ମିଶ୍ରଣକୁ ଉପଭୋଗ କରିପାରିବେ। ଚାନ୍ଦି ଭଣ୍ଡାରର ସମସ୍ତ ସୋ’ରୁମ୍‌ରେ ଏ କଲେକ୍ସନ ଉପଲବ୍ଧ ରହିଛି । ଦଶନ୍ଧି ଧରି ରାଜ୍ୟର ଅନ୍ୟତମ ସର୍ବବୃହତ୍ ରୁପା ଗହଣା ଷ୍ଟୋର ଭାବେ ପରିଚିତ ଚାନ୍ଦି ଭଣ୍ଡାର ଦୁର୍ଗାପୂଜା ଉପଲକ୍ଷେ ବିଶେଷ ଅଫର ଆଣିଛି। ଗ୍ରାହକ ଗହଣାର ଗଢ଼ା ମଜୁରୀ ଉପରେ ଫ୍ଲାଟ୍ ୩୦% ରିହାତି ପାଇବେ।

- Advertisement -

ଏ ଅଫର ୨୦୨୩ ଅକ୍ଟୋବର ୬ରୁ ୨୪ ଯାଏ ଉପଲବ୍ଧ। ଏହି ଉତ୍ସାହର ଅବସରରେ ଚାନ୍ଦି ଭଣ୍ଡାର ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ସହ ସହଯୋଗିତା ଘୋଷଣା କରିଛି। ସତ୍ୟତା, ଅଖଣ୍ଡତା ଏବଂ ଅନୁଗ୍ରହକୁ ପରିପ୍ରକାଶ କରିଆସିଛି ଚାନ୍ଦି ଭଣ୍ଡାର। ସମାନ ଦିଗରେ ଶିବାନୀ ମଧ୍ୟ ଓଡ଼ିଶାର ସ୍ପିରିଟ୍‌କୁ ପରିପ୍ରକାଶ କରୁଛନ୍ତି। ରାଜ୍ୟବ୍ୟାପୀ ଗ୍ରାହକଙ୍କୁ ବ୍ୟାପକ ସମ୍ଭାର ପ୍ରଦାନ କରିବାର ପ୍ରତିଶ୍ରୁତି କ୍ରମରେ ଚାନ୍ଦି ଭଣ୍ଡାର ଖୁବ୍‌ଶୀଘ୍ର ରସୁଲଗଡ଼ ଏବଂ ବାଲେଶ୍ବରରେ ଦୁଇଟି ନୂଆ ଷ୍ଟୋର ଖୋଲିବା ନେଇ ଘୋଷଣା କରିଛି। ଏହି ଦୁର୍ଗା ମୂଳା ଅବସରରେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଉଭୟ ଷ୍ଟୋରର ଉଦ୍‌ଘାଟନ କରିବେ। ଚାନ୍ଦି ଭଣ୍ଡାର ବିଷୟରେ:ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟରେ ଏକ ଏକ୍ସକ୍‌ସିର ରୁପା ଷ୍ଟୋର। ୨୦୧୩ରେ ଏକ ସ୍ବତନ୍ତ୍ର ସିଲ୍‌ର ଷ୍ଟୋର ଭାବେ ଚାପି ଭଣ୍ଡାର ଓଡ଼ିଶାରେ ସ୍ଥାପିତ ହୋଇଥିଲା।

ସ୍ଥାନୀୟ କାରିଗରଙ୍କ ଜାରିଗରୀକୁ ଏହା ପ୍ରଦର୍ଶନ କରିଆସୁଛି। ଷ୍ଟୋରର ଉଦ୍ଦେଶ୍ୟ ଥିଲା, ଓଡ଼ିଶାବାସୀଙ୍କୁ ଶୁଦ୍ଧ ରୁପା କ୍ରୟ ଅନୁଭୂତି ପ୍ରଦାନ କରିବା। ଭୁବନେଶ୍ୱର ସହିଦନଗରରୁ ଆରମ୍ଭ ହୋଇଥିବା ଚାନ୍ଦି ଭଣ୍ଡାରର ଲୋକପ୍ରିୟତା ଏବେ ଯୁବପିଢିଙ୍କ ମଧ୍ୟରେ ବୃଦ୍ଧି ପାଇଛି। ଇନ୍‌ଷ୍ଟାଗ୍ରାମରେ ଏହାର ବୃହତ୍ ସଂଖ୍ୟାରେ ଫଲୋୟର ଅଛନ୍ତି। ଡିଷ୍ଟ୍ରିକ୍‌ ସେଣ୍ଟରଗୁଡ଼ିକରେ ଏହା ଗ୍ରାହକଙ୍କ ନିକଟତର ହୋଇପାରିଛି। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ଓଡ଼ିଶାରେ ପହଞ୍ଚିଛି। ଭୁବନେଶ୍ୱରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରାଉରକେଲାର ଉଦିତ ନଗର, ଅନୁଗୁଳର ଅମଲାପଡ଼ା, କ୍ୟାଣ୍ଟନମେଣ୍ଟ ରୋଡ୍ କଟକ, ଯାଜପୁର ରୋଡ୍ ଏବଂ ବ୍ରହ୍ମପୁରର ଧର୍ମ ନଗରରେ ଏହି ଷ୍ଟୋରଗୁଡ଼ିକ ରହିଛି। ଖୁବଶୀଘ୍ର ରସୁଲଗଡ଼ ଏବଂ ବାଲେଶ୍ଵରରେ ନୂଆ ଷ୍ଟୋର ଖୋଲିବାକୁ ଯାଇଛି। ଚାନ୍ଦି ଭଣ୍ଡାର ଗୋଟିଏ ଛାତ ତଳେ ଗହଣା, କଟଲେରି, ସିଲଭର୍‌ୱେର ଏବଂ କର୍ପୋରେଟ୍ ଉପହାରର ବ୍ୟାପକ ସମ୍ଭାର ପ୍ରଦାନ କରୁଛି। ଭାରତର ବିଭିନ୍ନ କୋଣରୁ ସୁନ୍ଦର ଗହଣା ପିସ୍ ସହିତ ସର୍ବୋତ୍ତମ ଓଡ଼ିଆ କାରୁକାର୍ଯ୍ୟକୁ ଚାହିଁ ଭଣାର ଗ୍ରାହକଙ୍କ ନିକଟକୁ ଆଣିଛି।

ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲୁ ଫର ମନି ଏବଂ ହଲମାର୍ଜଯୁକ୍ତ ଓ କ୍ଵାଲିଟି ଉତ୍ପାଦ ଚାଦି ଭଣ୍ଡାରର ପ୍ରତିଶ୍ରୁତି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories