www.samajalive.in
Sunday, December 14, 2025
17.1 C
Bhubaneswar

ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, କଲମପୁରରେ ଦୋକାନ ବଜାର ବନ୍ଦ

କଲମପୁର : ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଗଣ ଧାରଣା ଆନ୍ଦୋଳନ ଜାରି ରହିଛି । ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ବୁଧବାର ଧର୍ମଗଡ ଉପଖଣ୍ଡ ଅଂଚଳରେ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ  ୧୨ ଘଣ୍ଟିଆ ବନ୍ଦ କରିବା ପାଇଁ ଡାକରା ଦିଆଯାଇଥିଲା । କ୍ରିୟାନୁଷ୍ଠାନ କମିଟିର ଏହି ବନ୍ଦ ଡାକରାକୁ କଲମପୁର ବଣିକ ସଂଘ ସମର୍ଥନ ଦେଇ ଦୋକାନ ବଜାର ବନ୍ଦ କରିଥିଲେ। ଅନ୍ୟପଟେ ଯାନ ବାହାନ ଚଳାଚଳ ସ୍ୱଭାବିକ ରହିଥିଲା । ଯୁବନେତା ବିଜୟ ଦେବ ସାହୁ, ନବୀନ କୁମାର ପଣ୍ଡା, ଚେରୁ ନାଏକ, ଅମୀର ଅଲ୍ଲୀ, ସୌରଭ କୁମାର ବେହେରା, ହରେକୃଷ୍ଣ ସାହୁ, ଚତୁର୍ଭୁଜ ପଣ୍ଡା, ପୁଣ୍ଡରୀକାକ୍ଷ ନାଏକ, ନୀଳକଣ୍ଠ ସୁନାନୀ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ନେତୃତ୍ୱରେ ବ୍ଲକ, ତହସିଲ, କୃଷି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ସମତ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories