ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟପରୀକ୍ଷା ଶିବିର
ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଯୋରନ୍ଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ପ୍ରତ୍ୟେକ୍ଷ ତତ୍ୱାବଧାନରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଆୟୋଜିତ ଏହି ସ୍ୱତନ୍ତ୍ର ଶିବିରରେ ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଯୋଗଦେଇ ବରିଷ୍ଠ ନାଗରିକ ଆମ ପାଇଁ ସମ୍ପଦ। ସେମାନେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ ବୋଲି କହିବା ସହିତ ଏହି ବୟସରେ ଯେପରି ସ୍ୱାସ୍ଥ୍ୟର ଯତ୍ନ ନିଆ ଯାଇପାରିବ ଓ ସ୍ୱାସ୍ଥ୍ୟଗତ ସମାସ୍ୟା ହେଲେ ଏହାର ନିରାକରଣ ସଂପର୍କରେ ବିଶଦ ଭାବରେ ବୁଝାଇଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ଦେବୀ ପ୍ରସନ୍ନ ଗିରି, ସ୍ୱାସ୍ଥ୍ୟ ପରିଦର୍ଶକ ଏମଡି ଆସଲାମ, ବିଚିତ୍ରପ୍ରଭା ଦେଇ,ମାମିନା ବାରିକ, ଶୈଳବାଳା ଦେଇ, ପ୍ରତିମା ମହାରଣା, ପୁଷ୍ପଲତା ମଲ୍ଲିକ ଯୋଗଦେଇ ସହଯୋଗ କରିଥିବା ବେଳେ ସିଏଚଓ ଯାଜ୍ଞସେନୀ ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Comments are closed.