www.samajalive.in
Monday, December 15, 2025
17.1 C
Bhubaneswar

ଭୈରବୀ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି, ବର୍ଦ୍ଧିତ ଫି’କୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି ଦିନକୁ ଦିନ ବଢିବାରେ ଲାଗିଛି । ୫ଦିନ ତଳେ ବିଶ୍ୱବିଦ୍ୟାଳୟ ନାମଲେଖା ଫି’ ବାବଦରେ କଲେଜ କର୍ତ୍ତୃପକ୍ଷ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଫି’ ରୁ ଅଧିକ ଅର୍ଥ ଆଦାୟକୁ ବିରୋଧ କରି ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପୁଣି ବୁଧବାର ବର୍ଦ୍ଧିତ ଫି’କୁ ବିରୋଧ କରି ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଥିବା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା। ବସ୍ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସୂଚନାନୁସାରେ ଭେରବୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷର ଇତିହାସ ବିଭାଗ, ଓଡିଆ ବିଭାଗ, ଇଂରାଜୀ ବିଭାଗ, ରାଜନୀତି ବିଞାନ ବିଭାଗ, ଶିକ୍ଷା ବିଭାଗରେ ମୋଟ ୨୩୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ବାବଦରେ ୩୨ଶହ ଟଙ୍କା ଏବଂ ୫ମ ସେମିଷ୍ଟାର ଫର୍ମ ପୂରଣ ଫି’ ବାବଦରେ ୧୬୨୦ ଟଙ୍କା କଲେଜ ପକ୍ଷରୁ ବିଞ୍ଜପ୍ତି ଜାରି ହୋଇଥିଲା। ନିର୍ଦ୍ଧାରିତ ଫି ଠାରୁ ଅଧିକ ଅର୍ଥ ଆଦାୟକୁ ବିରୋଧ କରି ଶେଷ ବର୍ଷର ଛାତ୍ରଛାତ୍ରୀ ଏନଏଚ ୫୭ ରାସ୍ତା ରୋକ କରିଥିଲେ । ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଉଭୟ ପଟରେ ଗାଡି ଅଟକି ରହିଥିଲା। ଶେଷରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶଚନ୍ଦ୍ର ତାରେଣିଆ ଘଟଣାସ୍ଥଳରେ ପହଂଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ନାମଲେଖା ଫିକୁ ୨୯ ଶହ ଏବଂ ଫର୍ମ ଫିଲପ ଫିକୁ ୬ଶହ୯ଟଙ୍କା କମ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପଚାରିବାରୁ ଚଳିତ ବର୍ଷ ୩ଶହ ଟଙ୍କା ଫି’ ବୃଦ୍ଧି ହୋଇଛି । ଛାତ୍ରଛାତ୍ରୀ ତାହା ବିରୋଧ କରୁଛନ୍ତି। ଆମେ ଉପ ଜିଲ୍ଲାପାଳଙ୍କୁ ସୂଚନା ଦେଇଛୁ ଉପ ଜିଲ୍ଲାପାଳ ଯାହା ନିଷ୍ପତ୍ତି ନେବେ। ସୂଚନା ଥାଉକି କିଛିଦିନ ତଳେ ବିଶ୍ୱବିଦ୍ୟାଳୟ ନାମଲେଖା ଫି ବାବଦରେ କଲେଜ କର୍ତ୍ତୃପକ୍ଷ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ଠାରୁ ଜଣ ପିଛା ୫୦୦ ଲେଖାଏଁ ଆଦାୟ କରିଥିଲେ। କଲେଜ କର୍ତ୍ତୃପକ୍ଷ ଓ ଜନୈକ କର୍ମଚାରୀ ଛୁଟିଦିନରେ ମିଛ ସୂଚନା ଦେଇ ପଇସା ଦାଖଲ କରିବାକୁ ବାଧ୍ୟ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ବେକୟା ଟଙ୍କା ଫେରସ୍ତ କରିଥିଲେ। ବାରମ୍ବାର କଲେଜରେ ଏଭଳି ଅର୍ଥ ଆଦାୟ ଅଭିଯୋଗ ଆସିବା ଦ୍ୱାରା କଲେଜର ନାଁ ବଦନାମ ହେଉଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଏଭଳି ଘଟଣାର ମାଷ୍ଟରମାଇଣ୍ଡ କିଏ କାହା ପ୍ରରୋଚନାରେ ବେନିୟମ ଅର୍ଥ ଆଦାୟ ହେଉଛି ଖୋଳ ତାଡ ପାଇଁ ଦାବି ଉଠୁଛି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories